ବିବାହ ପରେ ସୁଟିଂକୁ ଫେରିଲେ ସିଦ୍ଧାର୍ଥ ମଲହୋତ୍ରା

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି ୭ ଫେବୃଆରୀରେ ଜୟସଲମର ସୂର୍ଯ୍ୟଗଡ ପ୍ୟାଲେସରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ। ଏହା ପରେ ଦିଲ୍ଲୀରେ ଏବଂ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ୍ ଦେଇଥିଲେ । ଯେଉଁଥିରେ ବଡ ବଡ ତାରକାଙ୍କୁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସିଡ୍-କିଆରାଙ୍କ ବିବାହ ସବୁ ସେଲିବ୍ରେସନ ଶେଷ ହୋଇଛି। ବର୍ତ୍ତମାନ ଦୁହେଁ ଏବେ କାମକୁ ଫେରିଛନ୍ତି । ଅଭିନେତା ସିଦ୍ଧାର୍ଥ ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂ ସେଟ୍ରେ ସ୍ପଟ୍ ହୋଇଥିଲେ । ନଜର ପାପାରାଜି ମଧ୍ୟ ସିଡ୍ଙ୍କ କ୍ଲିକ୍ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସିଦ୍ଧାର୍ଥ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯୋଦ୍ଧା’ର ସେଟ୍ରେ ନଜର ଆସିଛନ୍ତି। ଅଭିନେତା ସବୁଥର ପରି ହ୍ୟାଣ୍ଡସମ୍ ଦେଖାଯାଉଥିବା ବେଳେ ହାଲୁକା ନୀଳ ରଙ୍ଗର ଡେନିମ୍ ସାର୍ଟ ପିନ୍ଧିଥିଲେ। ସିଦ୍ଧାର୍ଥ ତାଙ୍କର ଏହି ଲୁକ୍ରେ କୁଲ୍ ଦେଖାଯାଉଥିଲେ। ପୋଜ୍ ଦେବାବେଳେ ପାପାରାଜି ତାଙ୍କୁ କହିଥିଲେ, ‘ତୁମେ ଆଜି ବିବାହ ପରେ ସାକ୍ଷାତ କରୁଛ’ । ଏହାର ଜବାବରେ ଅଭିନେତା କେବଳ ‘ଯୋଦ୍ଧା’ କହି ହସିଲେ।

ଏହି ସମୟରେ ସିଦ୍ଧାର୍ଥ ଏବଂ କିଆରା କରଣଙ୍କ ଧର୍ମ ପ୍ରଡକ୍ସନ୍ସ ସହିତ ତିନିଟି ଫିଲ୍ମ ସାଇନ କରିଥିବା କୁହାଯାଉଛି। ହେଲେ ଗଣମାଧ୍ୟମରେ ଯେତେବେଳେ କରଣଙ୍କୁ ଏ ବିଷୟରେ ପଚାରିଥିଲେ, ସେତେବେଳେ ଫିଲ୍ମ ନିର୍ମାତା ସ୍ପଷ୍ଟ ଭାବରେ କହିଥିଲେ ଯେ ଆଦୌ ନୁହେଁ। ଅର୍ଥାତ୍, ସିଡ୍-କିଆରା କରଣ ଜୋହରଙ୍କ ତିନୋଟି ଚଳଚ୍ଚିତ୍ରରେ ଦସ୍ତଖତ କରିବାର ଖବର କେବଳ ଗୁଜବ ଥିଲା।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!