ସୋନୁ ନିଗମ ଓ ତାଙ୍କ ଟିମ୍ ସହ ମାର୍ପିଟ୍, ବିଧାୟକଙ୍କ ପୁଅ ଗିରଫ

ବଲିଉଡର ଫେମସ ସିଙ୍ଗର୍ ସୋନୁ ନିଗମ ଲାଇଭ୍ ସିଙ୍ଗିଙ୍ଗ ଇଭେଣ୍ଟ ବେଳେ କିଛି ଲୋକେ ତାଙ୍କୁ ମାର୍ପିଟ୍ କରିଥିବା ସୂଚନା ମିଳିଛି। ଏନେଇ ସୋନୁ ନିଗମ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମୁମ୍ବାଇ ପୁଲିସ ବିଧାୟକଙ୍କ ପୁଅକୁ ଗିରଫ କରିଛି।

ସୋମବାର ମୁମ୍ବାଇ ଚେମ୍ବୁର ଅଞ୍ଚଳରେ ସୋନୁ ନିଗମଙ୍କ ଏକ କନସର୍ଟ ଥିଲା। ଏହି କନସର୍ଟ ବେଳେ ସୋନୁଙ୍କ ସହ ସେଲ୍ଫି ନେବାକୁ ନେଇ ବିବାଦ ଉପୁଜିଥିଲା। ଏହାପରେ ସୋନୁ ନିଗର ଓ ତାଙ୍କ ଟିମ୍ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ତାଙ୍କ ଟିମ୍ର କିଛି ବ୍ୟକ୍ତି ଆହତ ହୋଇଛନ୍ତି ।

ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପୂରା ଘଟଣା ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସୋନୁଙ୍କ ଟିମ୍ର ଜଣେ ବ୍ୟକ୍ତିଙ୍କୁ କିଛି ଲୋକେ ଟାଣି ଟାଣି ମଞ୍ଚ ତଳକୁ ଆଣୁଥିବା ଦେଖିବାକୁ ମିଳିଛି।

Post Views46 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!