ସୁଶାନ୍ତ ପଣ୍ଡା ଓଆଇଏର ନୂତନ ସଭାପତି

ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଓଡ଼ିଶା ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଆଇଏ)ର ନୂତନ ସଭାପତି ଭାବେ ନିଦର୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପଣ୍ଡା ଆଗାମୀ ୨ବର୍ଷ ପାଇଁ ନିଦର୍ବନ୍ଦ୍ୱରେ ନିର୍ବାଚିତ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ବ ତୁଲାଉଥିବା ଭବାନୀ ପଣ୍ଡିତ ଘୋଷଣା କରିଥିଲେ। ଏପରିକି ଆଗାମୀ ୨ବର୍ଷ ପାଇଁ ସେ ଏହି ଗୁରୁଦାୟିତ୍ୱ ତୁଲାଇବେ ବୋଲି ଓଆଇଏ ପକ୍ଷରୁ କୁହାଯାଇଛି।

ସୋମବାର ଓଆଇଏର ଦ୍ୱିବାର୍ଷିକ ସାଧାରଣ ସଭା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ରାଜେଶ କାନୁନ୍ଗୋଙ୍କ ଅଧ୍ୟକ୍ଷତାରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।

ଦୀର୍ଘ ୩୬ ବର୍ଷ ଧରି ଜଗତପୁର ଶିଳ୍ପାଞ୍ଚଳରେ ଗଢ଼ିଉଠିଥିବା ଏହି ଶିଳ୍ପ ସଂଘ ଏମ୍ଏସ୍ଏମ୍ଇ ସେକ୍ଟରରେ ନୂତନ ଉଦ୍ୟୋଗପତି ସୃଷ୍ଟି କରିବାରେ ବ୍ୟାପକ ଭୂମିକା ଗ୍ରହଣ ସାଙ୍ଗକୁ ସହଯୋଗ କରି ଆସିଥିବା ସଂଘର ଅଧ୍ୟକ୍ଷ ଅବନୀ କାନୁନଗୋ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!