ଚିହ୍ନଟକାରୀଙ୍କ ତଣ୍ଟି କାଟି କୂଅରେ ପିଙ୍ଗିଲା ଅଭିଯୁକ୍ତ

ଜାଗର ଯାତ୍ରା ବେଳେ ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରକୁ ପଥର ମାଡ଼ କରିଥିବା ଯୁବକଙ୍କୁ ଚିହ୍ନଟ କରିବା କାଳ ହେଲା। ପପୁ ପମପମଙ୍କ ଉପରକୁ ଟେକା ମାରିଥିବା ଟୁନା ବେହେରାଙ୍କୁ ଚିହ୍ନଟ କରିବାରୁ ଆକ୍ରମଣର ଶିକାର ହୋଇଛନ୍ତି ଗୋପାଳ ବେହେରା ।

ଚିହ୍ନଟ କରିଥିବା ବ୍ୟକ୍ତି କାଳେ ବାହାରେ ନାଁ ପ୍ରଘଟ କରିଦେବେ ସେଥିପାଇଁ ଆକ୍ରମଣକାରୀ ସାଜିଲା ରକ୍ତମୁଖା। ଚିହ୍ନଟ କରିଥିବା ବ୍ୟକ୍ତିଙ୍କୁ ଡାକି ବେକ କାଟି ଦେବା ସହ ମୁଣ୍ଡରେ ଏକ ପଥର ଛେଚି କୂଅରେ ପକାଇ ଦେଇଥିଲେ।

ଆକ୍ରମଣର ଶିକାର ବ୍ୟକ୍ତିଜଣକ ଏବେ ମରଣ ସହ ସଂଘର୍ଷ କରୁଥିବା ବେଳେ ଆକ୍ରମଣକାରୀ ଫେରାର ହୋଇ ଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଘଟିଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!