ସ୍ବାକ୍ଷରିତ ହେଲା ସିଡବ୍ଲ୍ୟୁସି ସହ ପିଏନ୍‌ବିର ବୁଝାମଣା ପତ୍ର

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଏବଂ ସେଣ୍ଟ୍ରାଲ ଓ୍ବେରହାଉସ କର୍ପୋରେଶନ (ସିଡବ୍ଲ୍ୟୁସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥାର ବ୍ୟବସାୟିକ ଅଭିବୃଦ୍ଧି ସହ ଇ-ଏନ୍‌ଡବ୍ଲ୍ୟୁଆର୍‌ ଜରିଆରେ ନେଣଦେଣ କରିବା ପାଇଁ ଏମ୍‌ଓୟୁ ହୋଇଥିବା ଜଣାପଡିଛି।

ଏପରିକି କୃଷକ ଏବଂ ଖାଦ୍ୟ ଉତ୍ପାଦନକାରୀଙ୍କୁ ସହଜ ଏବଂ ସୁବିଧାରେ ଅର୍ଥ କାରବାରରେ ସହାୟକ ହେବ। ଫଳରେ ଉଭୟ ସଂସ୍ଥାର କାରବାର ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବିର ଜିଏମ୍‌ କନଓ୍ବାଲ ଜିତ୍‌ ସୌରେ ଏବଂ ସିଡବ୍ଲ୍ୟୁସିର ଜିଜିଏମ୍‌ (କମ୍‌) ରାଜୀବ କୁମାର ବଶଂଲଙ୍କ ମଧ୍ୟରେ ଉକ୍ତ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା।

ଏହି ଅବସରରେ ପିଏନ୍‌ବିର ଡିଜିଏମ୍‌ କେ.ଏସ୍‌.ରଣା ଏବଂ ସିଏମ୍‌ ନୀରଜ ଜଖମଲାଙ୍କ ସମେତ ସିଡବ୍ଲ୍ୟୁସିର ଜିଜିଏମ୍‌(ଫା) ଆର୍‌.ଆର୍‌. ଅଗ୍ରଓ୍ବାଲ, ଜିଏମ୍‌(ଫା) ଅମିତ ପୁରୀ ଓ ଏଜିଏମ୍‌ ଅଶ୍ୱିନୀ ପ୍ରମୁଖ ଉପସ୍ଥିତ ଥିଲେ।

Post Views47 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!