ମହୀଶୂରସ୍ଥିତ ବାସଭବନରେ ଆଜି କର୍ଣ୍ଣାଟକ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ଆର୍. ଧ୍ରୁବନାରାୟଣଙ୍କର ହୃଦ୍ଘାତ ଯୋଗୁଁ ମୃତ୍ୟୁ ଘଟିଛି।
ଛାତିରେ କଷ୍ଟ ହେବାରୁ ସକାଳ ୬.୪୦ରେ ଡ୍ରାଇଭର୍ ତାଙ୍କୁ ଡାକ୍ତରଖାନା ଆଣିଥିଲେ। କିନ୍ତୁ, ସେ ବଞ୍ଚିଲେ ନାହିଁ କହିଛନ୍ତି ‘ଡିଆର୍ଏମ୍ଏସ୍’ ହସ୍ପିଟାଲ୍ର ଡାକ୍ତର ମଞ୍ଜୁନାଥ,ମୃତ୍ୟୁ ବେଳକୁ ୬୨ ବର୍ଷ ହୋଇଥିଲା।
କର୍ଣ୍ଣାଟକ ପ୍ରଦଶେ କଂଗ୍ରେସ କମିଟି ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ ଟୁଇଟ୍ କରି ଲେଖିଛି: ହୃଦ୍ଘାତ ଯୋଗୁଁ ରାଜ୍ୟର ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ସାଂସଦ ଏବଂ ‘କେପିସିସି’ର କାର୍ଯ୍ୟକାରୀ ଅଧ୍ୟକ୍ଷ ଧ୍ରୁବ ନାରାୟଣଙ୍କର ମୃତ୍ୟୁ ଘଟିଛି।
ଏହା କଂଗ୍ରେସ ପାର୍ଟି ପାଇଁ ଅପୂରଣୀୟ କ୍ଷତି। ମୃତ ନେତାଙ୍କ ଆତ୍ମା ଶାନ୍ତି ପ୍ରାପ୍ତ ହେଉ।

