ବେଦାନ୍ତ ପକ୍ଷରୁ ‘ସର୍ଟିଂ ହାର୍ଡ ହାଟ୍’ ଅଭିଯାନବେଦାନ୍ତ ଆଲୁମିନିୟମ କମ୍ପାନୀ ଇଷ୍ଟାଗ୍ରମ୍ ଜରିଆରେ ଏକ ଅଭିନବ ଅଭିଯାନ ‘ସର୍ଟିଂ ହାର୍ଡ ହାଟ୍’ ନାମକ ଏକ ଅଗ୍ମେଣ୍ଟ ରିୟଲିଟି ଲିଡ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ବିଶେଷକରି ଉପତ୍ାଦନ ଉଦ୍ୟୋଗ କ୍ଷେତ୍ରରେ ମହିଳା ବୃତ୍ତିଧାରୀଙ୍କୁ ଉତ୍ସାହିତ କରିବା ଲାଗି ଏଭଳି ଏକ ଅଭିଯାନର ଅୟମାରମ୍ଭ କରାଯାଇଛି। ଏପରିକି ବିଭିନ୍ନ କ୍ଷେତ୍ରରେ ଲିଙ୍ଗଗତ ସମାନତା ଉପରେ ମଧ୍ୟ ଏହା ବିଶେଷ ଗୁରୁତ୍ୱ ପ୍ରଦାନ କରୁଛି।
ସେହିଭଳି ଧାତୁ ଓ ଭାରି ଇଞ୍ଜିନିୟରିଂ କ୍ଷେତ୍ରରେ ପୁରୁଷ-ମହିଳା ନିଯୁକ୍ତି ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଦେଖାଦେଇଛି। ଉକ୍ତ ଅଭିଯାନ ଜରିଆରେ ବେଦାନ୍ତର ଆଭିମୁଖ୍ୟ ଉକ୍ତ ତାରତମ୍ୟକୁ ଦୂରକରିବା ପାଇଁ ପ୍ରୟାସ କରୁଛି।

