ଭିସୁଟ୍ ର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଡାଏଟମ୍ ଟେଷ୍ଟ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ଏବେ ଚିନ୍ମୟୀଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି।
ତେବେ ଚିନ୍ମୟୀ ଆତ୍ମହତ୍ୟା କରିଛନ୍ତି ନା ଏଥିପାଇଁ କିଏ ତାଙ୍କୁ ଉସୁକାଇଛି ସେ ଦିଗରେ ତଦନ୍ତ ଚାଲିଛି। ସବୁଠୁ ଅଧିକ ସନ୍ଦେହ ଘେରରେ ଥିବା ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତମାନ ଦେଙ୍କୁ ପଚରାଉଚାର କରି ଜାମିନରେ ଛାଡି ଦେଇଛି ପୁଲିସ୍ ।
ତେବେ ବ୍ୟଚ୍ଛେଦ ରିପୋର୍ଟ ତଥା ଡାଏଟମ୍ ରିପୋର୍ଟରେ ସନ୍ତୁଷ୍ଟ ନ ଥିବା ଚିନ୍ମୟୀଙ୍କ ମା’ ନ୍ୟାୟ ପାଇଁ ହାଇକୋର୍ଟକୁ ଯିବୁ ବୋଲି କହି ସାରିଛନ୍ତି।

