ରାଜ୍ୟ ମତ୍ସ୍ୟ ବିକାଶ ବିଭାଗରେ ସହକାରୀ ମତ୍ସ୍ୟ ଅଧିକାରୀ ନିଯୁକ୍ତି

ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗରେ ୧୧୫ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ଏହି ନବନିଯୁକ୍ତ ଅଧିକାରୀମାନଙ୍କ ପାଇଁ ଲୋକସେବା ଭବନର କନଭେନ୍ସନ ହଲରେ ଏକ ଦିଗଦର୍ଶନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରଆରେ ଏହି କାର୍ଯ୍ଯକ୍ରମରେ ଯୋଗ ଦେଇ ନବନିଯୁକ୍ତି ଅଧିକାରୀଙ୍କୁ ଦିଗର୍ଶନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଧିକାରୀମାନେ ନିଜ ପଦର କାର୍ଯ୍ଯର ସୂଚାରୁରୂପେ ସମ୍ପାଦନ କରି ଲୋକଙ୍କୁ ଉତ୍ସାହିତ କରି ମତ୍ସ୍ୟଚାଷ ପ୍ରତି ଆକୃଷ୍ଟ କରିବା ଆବଶ୍ୟକ ।

ଏଥିସହ ଲୋକମାନଙ୍କ ଉପାର୍ଜନ ବଢ଼ାଇବାରେ ମଧ୍ୟ ସହଯୋଗ କରିବା ଆବଶ୍ୟକ । ବର୍ତ୍ତମାନ ଓଡ଼ିଶା ଦେଶରେ ମତ୍ସ୍ୟ ଉତ୍ପାଦନରେ ୪ର୍ଥ ସ୍ଥାନରେ ରହିଛି । ତେଣୁ ନବନିଯୁକ୍ତ ଅଧିକାରୀମାନେ ମିଶନ ମୋଡରେ କାର୍ଯ୍ଯ କରି ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ୪ର୍ଥ ସ୍ଥାନରୁ ପ୍ରଥମ ସ୍ଥାନକୁ ନେବା ପାଇଁ କାର୍ଯ୍ଯ କରିବା ଦରକାର । ୫ଟି ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ, ୫-ଟି ଆସିବା ଦ୍ୱାରା ସରକାରୀ କାର୍ଯ୍ଯକ୍ଷେତ୍ରରେ ସ୍ୱଚ୍ଛତା ଆସିଛି । ଜ୍ଞାନକୌଶଳ ମାଧ୍ୟମରେ ଲୋକମାନଙ୍କ ପାଖରେ ଶୀଘ୍ର ପହଞ୍ଚାଇବାରେ ଏହା ସହାୟତା ହେବ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!