ଜାଣନ୍ତୁ ଓଡ଼ିଶାର କୋରାପୁଟ ଜିଲ୍ଲାର ୫ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ

ଆମ ଓଡ଼ିଶାରେ ମଧ୍ୟ ଏମିତି କେତେ କେତେ ସ୍ଥାନ ରହିଛି ଯାହାର ଇତିହାସ କିମ୍ବା କିମ୍ବଦନ୍ତୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତା ସହିତ ମନ୍ଦିରର ଠାକୁର ଓ ସେଠାକାର ଇତିହାସ ଅତ୍ୟନ୍ତ ସ୍ୱତନ୍ତ୍ର । ସେମିତି ଏକ ସ୍ଥାନ ରହିଛି ବୌଦ୍ଧ ଜିଲ୍ଲାରେ। ପ୍ରାକୃତିକ ବିଭବ ଓ ଐତିହ୍ଯରେ ଭରପୂର ବୌଦ୍ଧ ଜିଲ୍ଲାର ଏହି ଅନନ୍ଯ ପର୍ଯ୍ଯଟନସ୍ଥଳୀ। ଯାହାକି କେବଳ ପର୍ଯ୍ଯଟକଙ୍କୁ ଆକୃଷ୍ଟ କରୁଛି ତାହା ନୁହେଁ, ଶ୍ରଦ୍ଧାଳୁ ମଧ୍ୟ ଛୁଟି ଆସନ୍ତି ଏଠାକୁ ।

 

ଗୁପ୍ତେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୁପ୍ତେଶ୍ୱର ପାହାଡ଼ରେ ଥିବା ଗୁପ୍ତେଶ୍ୱର ଗୁମ୍ଫା । ଗୁମ୍ଫାର ଅନ୍ଧକାର ଭିତରେ ଅବସ୍ଥାନ କରୁଛନ୍ତି ଦେବାଧିଦେବ ଆଶୁତୋଷ ଶଙ୍କର । ପାହାଡ଼ର ଶୀର୍ଷ ଦେଶର ଏକ ଗୁମ୍ଫା ମଧ୍ୟରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କ ରହିଛି ଭିନ୍ନ ମାହାତ୍ମ୍ୟ । ପୌରାଣିକ ତଥ୍ୟ ଅନୂଯାୟୀ ଏହି ଶୈବପୀଠର ରହିଛି ଅନେକ କାହାଣୀ । ତେବେ ଆସନ୍ତୁ ଜାଣିବା ଏହି ଶୈବ ପୀଠର ଅଲୌକିକତା ଏବଂ ତାହା ସହ ଜାଣିବା ବାବା ଗୁପ୍ତେଶ୍ୱରଙ୍କ ମହାତ୍ମ୍ୟ ବିଷୟରେ ।

 

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ନିକଟରେ ଏହି ଅଲୌକିକ ଶୈବପୀଠ ଅବସ୍ଥିତ । ୩ ଫୁଟ ଉଚ୍ଚତା ଓ ୧୦ ପରିଧି ବିଶିଷ୍ଟ ଏହି ଗୁପ୍ତେଶ୍ୱର ଶିବଲିଙ୍ଗ ପ୍ରତି ବର୍ଷ ଆକାରରେ ବଢିଥାଏ ବୋଲି ବିଶ୍ୱାସ ରହିଛି । ଏହି ଗୁମ୍ଫାରେ କାମଧେନୁ ଗାଈର କ୍ଷୀର ପାହାଡ଼ ଉପରୁ ଝରିଥିବାର ଲୋକକଥା ମଧ୍ୟ ରହିଛି । ଏହି ପବିତ୍ର କ୍ଷୀରକୁ ସଂଗ୍ରହ କରିବା ପାଇଁ ଶ୍ରଦ୍ଧାଳୁମାନେ ଅନେକ ସମୟ ଧରି ଅପେକ୍ଷା କରରହିଥାନ୍ତି ।

 

ଡୁଡୁମା: ଏହି ଜଳପ୍ରପାତ ପୁରାଣପ୍ରସିଦ୍ଧ ମତ୍ସ୍ୟତୀର୍ଥ ଭାବେ ପରିଚିତ। ମାଛକୁଣ୍ଡ ନଦୀର ଜଳ ୧୭୫ ମିଟର ଉଚ୍ଚତାରେ ଥିବା ଏକ ପାହାଡର ବକ୍ଷଦେଶରୁ ନିମ୍ନକୁ ଲମ୍ପ ପ୍ରଦାନ କରି ଏକ ସୁନ୍ଦର ତଥା ଲୋଭନୀୟ ଜଳପ୍ରପାତ ସୃଷ୍ଟି କରିଛି। ଏହି ଦୃଶ୍ୟକୁ ଦର୍ଶକ କେବେ ବି ଭୁଲିପାରିବେନି।

 

ପୁଟସିଲ: ଏହା ହେଉଛି ଓଡିଶା ରାଜ୍ୟର କୋରାପୁଟ ଜିଲ୍ଲାର ସିମିଲିଗୁଡାରେ ଅବସ୍ଥିତ। ଏହା ଜିଲ୍ଲା କୋରାପୁଟଠାରୁ ୩୧ କିଲୋମିଟର ଦୂରରେ ଅବସ୍ଥିତ। ଏହି ସ୍ଥାନକୁ ଓଡ଼ିଶାର ସୁଇଜରଲ୍ୟାଣ୍ଡ ଭାବରେ ମଧ୍ୟ ବିବେଚନା କରାଯାଏ।

 

ଜୟପୁର: ଜୟପୁର କୋରାପୁଟ ସହରରରୁ ୨୧ କିମି ଦୁରରେ ରହିଛି ଏହି ସହର । ଏଠାରେ ରହିଥିବା ପୁରୁଣା ରାଜ ପ୍ରସାଦ ଏଠାକାର ବଡ଼ ଆକର୍ଷଣ । ରାଜପ୍ରସାଦ ମଧ୍ୟରେ ରହିଥିବା ଦରବାର ହଲ ସହ ଏଠାରେ ସୁଦ୍ଧ ଅର୍ଭ, ରୂପା, ସୂନା, ଚନ୍ଦନ କାଠ,ଗୋଲାପକାଠ ସହ ବିଭିନ୍ନ ପ୍ରକାର ପେଟିଂ ଦେଖିବାର ସୁଯୋଗ ମିଳିବ । ଏହାସହ ଜୟପୁରର ଗାନ୍ଧୀପାର୍କ ଅନ୍ୟତମ ଅକର୍ଷଣ । ଭାରିମାନକୁ ହାଲୁକା କରିବା ପାଇଁ ଏହା ଏକ ସାନ୍ତୁ ପରିବେଶ ସୃଷ୍ଟି କରିଥାଏ ।

 

ଦିଓମାଳି: କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କଟିଆ ଗ୍ରାମ ପଞ୍ଚାୟତର ଦୁଧାରି ଗ୍ରାମ ନିକଟରେ ଅବସ୍ଥିତ ଦେଓମାଳି ପର୍ବତମାଳା। ଚନ୍ଦ୍ରଗିରି-ପଟାଙ୍ଗି ପର୍ବତମାଳା ଅନ୍ତର୍ଗତ ଏହି ଦେଓମାଳି ପର୍ବତମାଳା ଓଡ଼ିଶାର ସବୁଠାରୁ ଉଚ୍ଚ ଗିରିଶୃଙ୍ଗ ମଧ୍ୟ। ତେବେ ଏଠାରେ ପର୍ଯ୍ୟଟକମାନେ ବଣଭୋଜି, ପର୍ବତାରୋହଣ ଓ ଟ୍ରେକିଂ ଆଦିର ଆନନ୍ଦ ଉଠାଇପାରିବେ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!