ଡିଜେ ଆଜେକ୍ସଙ୍କ ପ୍ରେମିକା ତାଙ୍କୁ ନିର୍ଯାତନା ଦେଉଥିବାରୁ ସେ ଏଭଳି ଚରମ ନିଷ୍ପତି ନେଇଥିବା ଅଭିଯୋଗ ହୋଇଛି । କୁହାଯାଉଛି ପ୍ରେମିକାଙ୍କ ଜନ୍ମଦିନରେ ଆଜେକ୍ସ ଓୟୋ ରୁମ୍ରେ ରହିବା ପରଠୁ ମାନସିକ ବିଶାଦରେ ଥିଲେ ।
ଏଥିପାଇଁ ସେ ଏପରି ଏକ ଚରମ ପଦକ୍ଷେପ ନେଇଛନ୍ତି । ହେଲେ ସେଦିନ ଓୟୋ ରୁମରେ ଘଟିଥିଲା କ’ଣ? କାହିଁକି ମାନସିକ ଚାପରେ ଥିଲେ ସବୁବେଳେ ଲୋକଙ୍କୁ ନଚାଉଥିବା ଡିଜେ ଆଜେକ୍ସ । କ୍ୟାମେରା ଆଗରେ ଜନ୍ମଦିନ ଦିନର ପୂରା କାହାଣୀ କହିଛନ୍ତି ଆଜେକ୍ସଙ୍କ ବନ୍ଧୁ ରାହୁଲ ।
ଆଜି ରାହୁଲ, ଆଜେକ୍ସଙ୍କ ବାପାଙ୍କ ସହ ଖାରବେଳନଗର ଥାନା ଆସିଥିଲେ । ଆଉ ଥାନାରୁ ବାହାରିବା ପରେ ସେଦିନର ଘଟଣା କହିଛନ୍ତି ରାହୁଲ ।ହେଲେ ପ୍ରକୃତ ସତ କ’ଣ? କାହିଁକି ଆତ୍ମହତ୍ୟା କଲେ ଆଜେକ୍ସ ଓରଫ୍ ଅକ୍ଷୟ କୁମାର ମହାରଣା? ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଓୟୋ ପାଖରେ ଅଟକିଛି ପୋଲିସର ତଦନ୍ତ ।

