ରାସନ କାର୍ଡ ତାଲିକାରେ ବଡ଼ ଘୋଟାଲା। ବଢିଚାଲିଛି ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା। ପ୍ରତି ବ୍ଲକରେ ୨ ଶହରୁ ୩ଶହ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ଏଭଳି ସାଂଘାତିକ ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କିଛି ବ୍ୟକ୍ତି ସରକାରୀ ଚାକିରି କରି ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଆୟକର ଦେଇ ବି ରାସନ ନେଉଛନ୍ତି। ତେଣୁ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ସରେଣ୍ଡର ପାଇଁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ।
ଅଯୋଗ୍ୟ ହୋଇଥିଲେ ମଧ୍ୟ ରାଜନୀତିକ କ୍ଷମତା ମାଧ୍ୟମରେ କିମ୍ବା ମିଛ ତଥ୍ୟଦେଇ ରାସନ୍ କାର୍ଡ ହାତେଇଥିଲେ ଏଥର ହେଵ ଆକ୍ସନ୍ । ଯୋଗାଣ ମନ୍ତ୍ରୀ ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ତୁରନ୍ତ କାର୍ଡ ସରେଣ୍ତର କରିବା ପାଇଁ ତାଗିଦ୍ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍ କରିୁଛି ତୁରନ୍ତ ରାସନକାର୍ଡ ସରେଣ୍ତର କରି ଦିଅନ୍ତୁ । ତେବେ ଯଦି ଏପରି ନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାସନ୍ କାର୍ଡ ସରେଣ୍ତର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ।

