ରାଜଧାନୀରେ ସିରିଜ୍ ଦୁର୍ଘଟଣା

ରାଜଧାନୀରେ ଘଟିଛି ସିରିଜ ଦୁର୍ଘଟଣା। ଭାରସାମ୍ୟ ହରାଇ ମୋ ବସ୍‌କୁ ପିଟିଲା ମୋ ବସ୍‌। ଦୁର୍ଘଟଣାରେ ୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଜି ସକାଳେ ଇଭି ମୋ ବସ୍‌ଟି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିଲା। ତା’ପଛରେ ଅନ୍ୟ ଗାଡ଼ି ଗୁଡ଼ିକ ଥିଲା। ହଠାତ୍ ଟ୍ରାଫିକ ପୋଷ୍ଟ ନିକଟରେ ଇଭି ମୋ ବସ୍‌ଟି ହଠାତ୍ ବ୍ରେକ ମାରିଥିଲା। ଫଳରେ ତା’ପଛରେ ଥିବା ଅନ୍ୟ ମୋ ବସ୍‌ଟି ଇଭି ମୋ ବସ୍‌କୁ ସହ ପିଟି ହୋଇଯାଇଥିଲା।  ପରେ ପଛରେ ଥିବା ୨ଟି କାର ସହ ମୋ ବସଟି ପିଟି ହୋଇଥିଲା। ଦୁର୍ଘଟଣାରେ ୪ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

 

Post Views74 Total Count

Apply Now


This will close in 0 seconds

error: Content is protected !!