ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାରେ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚି ସିଧା ପୁରୀ ଅଭିମୁଖେ ଗସ୍ତ ଆରମ୍ଭ କରିଛନ୍ତି । ଆଜି ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରାତ୍ରୀ ଯାପନ ବ୍ୟବସ୍ଥା ରହିଛି ।
ଆସନ୍ତାକାଲି ଅପରାହ୍ମରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ମମତା ବାନାର୍ଜୀ ।
ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ପୁରୀରେ ଦ୍ୱିତୀୟ ଦିନ ରାତ୍ରୀଯାପନ କରିବେ । ଏହାପରେ ୨୩ ତାରିଖରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେହିଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ ମମତା ବାନାର୍ଜୀ ।

