ନିଜ କଷ୍ଟ ଉପାର୍ଜିତ ଟଙ୍କା ଚାଲିଯାଇଛି ସାଇବରା ଚୋର ପାଖକୁ

ନିଜ କଷ୍ଟ ଉପାର୍ଜିତ ଟଙ୍କା ଚାଲିଯାଇଛି ସାଇବରା ଚୋର ପାଖକୁ । ଝିଅ ବାହାଘର ପାଇଁ ଜମା କରିଥିଲେ ପୁଞ୍ଜି ହେଲେ ଏବେ ସବୁକିଛି ହରାଇ ହେଇଗଲେ ସର୍ବହରା । ମୋବାଇଲ ତାଙ୍କ ହାତରେ ଥିଲା ହେଲେ ଅପରେଟ୍ କରୁଥିଲା ସାଇବର ଠକ । ଏମିତି ଭାବେ ଶିକ୍ଷକ ଫୋନକୁ ଅକ୍ତିଆର କରି ଲକ୍ଷାଧିକ ଉଠାଇନେଲା ଚୋର ।

ଶିକ୍ଷକଙ୍କ ମୋବାଇଲ୍ ହ୍ଯାକ କରି ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଲେ ସାଇବର ଅପରାଧୀ । ହଠାତ ମୋବାଇଲକୁ ଆସିଲା ଏକାଧିକ ଓଟିପି ଆଉ ଆକାଉଣ୍ଟରୁ କଟି ଗଲା ଟଙ୍କା ।

ତେବେ ଶିକ୍ଷକ ଜଣକ ନିଜ ମୋବାଇଲରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ପଇଁ ବ୍ଯବହାର ହେଉଥିବା ୟୁନିଫାଏଡ ଅଟୋମେସନ ସିଷ୍ଟମ ( ୟୁଏଏସ ) ଆପ୍ ଅପଲୋଡ୍ କରିଥିବାରୁ ଏଭଳି ସାଇବର ଠକେଇ ରେ ଶିକାର ହୋଇଥିବା ସନ୍ଦେହ ପ୍ରକଟ କରିଛନ୍ତି ।

ଯାହାକୁ ନେଇ ଠକେଇରେ ଶିକାର ହୋଇଥିବା ଶିକ୍ଷକ ବାଲେଶ୍ବର ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ସହ ସମ୍ପୃକ୍ତ ବ୍ଯାଙ୍କ ଏବଂ ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Post Views16 Total Count

Apply Now


This will close in 0 seconds

error: Content is protected !!