ଆସନ୍ତା ୭ରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗାଇବେ ‘ବନ୍ଦେ ମାତରମ୍‌’

ଆସନ୍ତା ୭ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ୍‌’ ଗାଇବେ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛି। ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଆମର ଜାତୀୟ ଗୀତି ଭାବେ ସ୍ୱୀକୃତ ‘ବନ୍ଦେ ମାତରମ୍‌’ ଗୀତଟିର ରଚୟିତା ହେଉଛନ୍ତି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଏହି ଗୀତଟି ତାଙ୍କ ଲିଖିତ ‘ଆନନ୍ଦ ମଠ’ ପୁସ୍ତକରେ ସଂଯୋଜିତ ଥିଲା। ଏହି ପ୍ରସିଦ୍ଧ ଗୀତଟି ୧୮୭୫ ମସିହା ସେପ୍ଟେମ୍ବର ୭ ତାରିଖରେ ଲେଖା ଯାଇଥିଲା। ୧୮୮୨ ମସିହାରେ ଗୀତଟି ପ୍ରକାଶ ପାଇଥିଲା। ୧୯୫୦ ମସିହା ଜାନୁଆରି ୨୪ ତାରିଖରେ ଗୀତଟିକୁ ଜାତୀୟ ଗୀତି ଭାବେ ଚୟନ କରାଯାଇଥିଲା।

ଯାହାର ଅର୍ଥ ହେଉଛି, ‘ସେ ମାଆକୁ ମୁଁ ବନ୍ଦନା କରୁଛି; ଯିଏ ମଧୁର ଜଳରେ ଭରା, ମଧୁର ଫଳରେ ଭରା ଏବଂ ଯାହାର ମଳୟ ଶୀତଳତା ପ୍ରଦାନ କରେ। ଶସ୍ୟରେ ଭରି ହୋଇ ଯାହାର ଭୂମିର ରଂଗ ସବୁଜ। ସେ ମାଆକୁ ବନ୍ଦୁଛି। ଯାହାର ଧଳା ରଂଗର ଜ୍ୟୋସ୍ନା ରାତିକୁ ପୁଲକିତ କରେ। ଯାହାର ଭୂମି ଫୁଲ ଓ ସୁସଜ୍ଜିତ ଗଛରେ ସଜେଇ ହୋଇଛି। ଯିଏ ସଦା ହସୁଥାଏ, ଯିଏ ସଦା ମଧୁର ଭାଷା କହେ। ଯିଏ ସୁଖ ପ୍ରଦାନ କରେ, ବର ଦାନ ଦିଏ। ସେ ମାଆକୁ ମୁଁ ପ୍ରଣାମ କରୁଛି।’

Post Views73 Total Count

Apply Now


This will close in 0 seconds

error: Content is protected !!