ମାଲଗାଡି ଉପରେ ଚଢିଗଲା ପାସେଞ୍ଜର, ୬ ମୃତ

 ଛତିଶଗଡ଼ର ବିଳାସପୁରରେ  ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଲାଲଖାଦନ ନିକଟସ୍ଥ ଜୟରାମନଗର ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ହାଓଡ଼ା ରୁଟ୍ ରେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ଟ୍ରେନ୍ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଛି। ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ​‌ ଅନେକ ଆହତ ହୋଇଛନ୍ତି​​​​​​​ ।ଦୁର୍ଘଟଣାରେ ମାଲବାହୀ ଟ୍ରେନ୍ର ଅନେକ ବଗି ଲାଇନଚ୍ୟୁତ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ​​​​​​​

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପାସେଞ୍ଜର ଟ୍ରେନ୍‌ର ଏକ କୋଚ୍ ମାଲଗାଡି ଉପରେ ଚଢିଯାଇଥିଲା। ଦୁର୍ଘଟଣା ପରେ ରେଲଓ୍ବେ  ପ୍ରଶାସନ ତୁରନ୍ତ ଉଦ୍ଧାରକାରୀ ଦଳ ଏବଂ ଡାକ୍ତରୀ ୟୁନିଟ୍ ଘଟଣାସ୍ଥଳକୁ ପଠାଇଥିଲା। ସ୍ଥାନୀୟ ପ୍ରଶାସନ ମଧ୍ୟ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେଇଥିଲେ। ଏହି ଦୁର୍ଘଟଣା ଯୋଗୁଁ ସମଗ୍ର ରୁଟରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଅନେକ ଟ୍ରେନକୁ ରଦ୍ଦ ଏବଂ ଡାଇଭର୍ଟ କରି ଦିଆଯାଇଛି।

ମିଳିଥିବା ଖବର ଅନୁସାରେ, ମେମୁ ଟ୍ରେନ୍ କୋରବାରୁ ବିଳାସପୁର ଅଭିମୁଖେ ଯାଉଥିଲା। ସେଭଳି ମାଲଗାଡିଟି ବିଳାସପୁରରୁ ଆସୁଥିଲା। ବିଳାସପୁର ରେଲଓ୍ବେ ଷ୍ଟେସନ୍ ନିକଟସ୍ଥ ଲାଲ ଖାଦାନ ପାଖରେ ଦୁଇଟି ଟ୍ରେନ୍ ଗୋଟିଏ ଟ୍ରାକ୍‌କୁ ଚାଲି ଆସିଥିଲେ, ଫଳରେ ମୁହାଁମୁହିଁ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଏହାର ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ପାସେଞ୍ଜର ଟ୍ରେନଟି ମାଲଗାଡି ଉପରେ ଚଢି ଯାଇଥିଲା। ଯାଞ୍ଚ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ତାଙ୍କର ଚିକିତ୍ସା ଚାଲିଛି। ​​​​​​​

ରେଲଓ୍ବେ ଜାରି କଲା ହେଲପ୍ ଲାଇନ୍ ନମ୍ବର

ଚମ୍ପା ଜଙ୍କସନ୍ – 808595652

ରାୟଗଡ- 975248560

ପେଣ୍ଡ୍ରା ରୋଡ୍- 8294730162

ଦୁର୍ଘଟଣାସ୍ଥଳରେ ଉପଲବ୍ଧ କରାଗଲା ହେଲପଲାଇନ୍ ନମ୍ବର

– 9752485499

-8602007202

 ସହାୟତା ରାଶି ଘୋଷଣା କଲା ରେଲଓ୍ବେ:

ଏହା ଭିତରେ ରେଲଓ୍ବେ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି। ଦୁର୍ଘଟଣାରେ ମୃତକଙ୍କ ପରିଜନଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେଭଳି ଆହତଙ୍କୁ ୧ ଲକ୍ଷ ଟଙ୍କା ଦିଆଯିବ।

Post Views22 Total Count

Apply Now


This will close in 0 seconds

error: Content is protected !!