କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ

ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ଣ ପ୍ରାୟ ୨ଟା ୩୦ରେ ଏହି ଆତଙ୍କୀ ଆକ୍ରମଣ ଘଟିଛି। ଏଥିରେ ଦୁଇ ଜଣ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଆହତଙ୍କ ମଧ୍ୟରେ ତିନି ଜଣ ସ୍ଥାନୀୟ ନାଗରିକ ଅଛନ୍ତି। ପହଲଗାମର ବେସରନ ଘାଟିରେ ଏକ ପର୍ଯ୍ୟଟକ ରିସର୍ଟର ଉପର ଅଞ୍ଚଳ ସ୍ଥିତ ପଡ଼ିଆକୁ ଟାର୍ଗେଟ୍ କରି ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି। ଆତଙ୍କବାଦୀ ଛଦ୍ମବେଶରେ ଆସି ଏହି ଆକ୍ରମଣ କରିଥିବା କୁହାଯାଉଛି।

ଆତଙ୍କବାଦୀ ଅଶ୍ଵଚାଳନା କରୁଥିବା ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ଏହି ଗୁଳିମାଡ଼ କରିଥିବା ଜଣା ପଡ଼ିଛି। ଏଥିରେ କିଛି ଘୋଡ଼ା ବି ଆହତ ହୋଇଛନ୍ତି। ଗୁଇନ୍ଦା ଏଜେନ୍ସି ଅନୁଯାୟୀ, ଏହି ଆକ୍ରମଣରେ ଟିଆରଏଫର ଆତଙ୍କୀ ତଞ୍ଜୀମର ହାତ ଥାଇପାରେ। ଆକ୍ରମଣ ସମୟରେ ଦୁଇରୁ ତିନି ଆକ୍ରମଣକାରୀ ପୋଲିସ/ଆର୍ମି ୟୁନିଫର୍ମରେ ଥିଲେ। ଏହି ଆକ୍ରମଣ ପରେ ଅଞ୍ଚଳରେ ସୁରକ୍ଷାବଳ ଜୋରଦାର ସର୍ଚ୍ଚ ଅପରେସନ ଚଳାଇବା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସିଆରପିଏଫର ଅତିରିକ୍ତ କ୍ଵିକ୍ ରିଆକ୍ସନ ଟିମ(QAT)କୁ ଘଟଣାସ୍ଥଳକୁ ପଠା ଯାଇଛି। ଏହି ସବୁ ମଧ୍ୟରେ ଟିଆରଏଫ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଲସ୍କର ଏ ତୋଇବା ସହ ଜଡ଼ିତ ରହିଥିବା ଏକ ଆତଙ୍କୀ ସଂଗଠନ।

ଆତଙ୍କୀ ଆକ୍ରମଣକୁ ନେଇ ଜମ୍ମୁ ଏବଂ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଏକ୍ସରେ ଲେଖିଛନ୍ତି, ପହଲଗାମରେ ଭର୍ତ୍ତି ହୋଇଥିବା ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଆହତ ପର୍ଯ୍ୟଟକଙ୍କୁ ଜିଏମସି ଅନନ୍ତନାଗକୁ ସ୍ଥାନାନ୍ତର କରାଯାଇଛି। ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ମେହବୁବା ମୁଫତି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା କାପୁରୁଷ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି । ଏପରି ହିଂସା ଗ୍ରହଣୀୟ ନୁହେଁ ଏବଂ ଏହାକୁ ନିନ୍ଦା କରାଯିବା ଉଚିତ ବୋଲି ମୁଫତି କହିଛନ୍ତି।

Post Views2 Total Count

Apply Now


This will close in 0 seconds

error: Content is protected !!