ତାମିଲନାଡୁରେ ବାତ୍ୟା ମିଗଜୋମର ତାଣ୍ଡବ।

ତାମିଲନାଡୁରେ ବାତ୍ୟା ମିଗଜୋମର ତାଣ୍ଡବ। ପ୍ରବଳ ବର୍ଷା ଓ ପବନରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଜଳାର୍ଣ୍ଣବ ହୋଇପଡିଛି ଚେନ୍ନାଇ ସହର । ଏକାଧିକ ରାସ୍ତାରେ ଚାଲିଛି ପାଣିର ସୁଅ । ଭାସୁଛି ଓ ବାଇକ । ପାଣିରେ ବୁଡିଯାଇଛି ଏକାଧିକ ଗାଡି। ବାତ୍ୟା ମିଗଜୋମ ପ୍ରଭାବରେ  ଚେନ୍ନାଇରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ବେଗରେ ପବନ ବହିବାରୁ ଅନେକ ଗଛ ଭାଂଗି ପଡିଛି । ରାସ୍ତାରେ ଗଛ ପଡ଼ି ଯାତାୟତ ପ୍ରଭାବିତ ହୋଇଛି । ଚେନ୍ନାଇର ତଳିଆ ଅଂଚଳ ଜଳମଗ୍ନ ହୋଇପଡିଛି । ଏକାଧିକ ଟ୍ରେନର ଚଳାଚଳ ରଦ୍ଦ କରିଦିଆଯାଇଛି । ସ୍ଥିତିର ମୁକାବିଲା ଲାଗି ତାମିଲନାଡୁରୁ ଉପକୂଳ ଅଂଚଳରେ ୫ ହଜାର ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ବାତ୍ୟା ଓ ବର୍ଷା ସ୍ତିତି ନେଇ ସମୀକ୍ଷା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ।….

 

 

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!