ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣା

ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣା । ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି । ମେଡକ ଜିଲ୍ଲାର ତୁପ୍ରାନ ଅଞ୍ଚଳର ରାବେଲି ନିକଟରେ ଭାରତୀୟ ବାୟୁସେନାର ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ବିମାନରେ ଥିବା ଜଣେ ଟ୍ରେନି ପାଇଲଟ ସହ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ଘଟିଛି । ଡିଣ୍ଡିଗୁଲ ଏୟାରଫୋର୍ସ ଏକାଡେମୀରୁ ଏହି ବିମାନ ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିଥିଲା । ବିମାନ ଦୁର୍ଘଟଣାକୁ ନେଇ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିମାନ ଦୁର୍ଘଟଣାରେ କୌଣସି ସାଧାରଣ ଧନଜୀବନ କ୍ଷୟକ୍ଷତି ଘଟିନାହିଁ । ଏହା ପୂର୍ବରୁ ଗତ ଅକ୍ଟୋବରରେ ମହାରାଷ୍ଟ୍ରର ପୁଣେ ନିକଟରେ ଏକ ଟ୍ରେନ ବିମାନ ଦୁର୍ଘଟଣା ଘଟିଥିଲା

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!