ଦ୍ବିତୀୟ ପର୍ଯ୍ୟାଟ ଟିକେଟ୍ ଘୋଷଣା ଲାଗି ବିଜେପିର କସରତ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦ୍ବିତୀୟ ପର୍ଯ୍ୟାଟ ଟିକେଟ୍ ଘୋଷଣା ଲାଗି ବିଜେପିର କସରତ । ଆଜି ଆସିପାରେ ଦିଲ୍ଲୀ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଗତକାଲି ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ସିଇସିର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏହି ବୈଠକରେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା କରିବାକୁ ଥିବା ଆଉ ୪୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହୋଇଛି । ପ୍ରଥମ ପର୍ଯ୍ୟାୟରେ ଦଳ ଦିଲ୍ଲୀ ବିଧାନସଭା ଆସନ ଲାଗି ୨୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଯେଉଁଥିରେ ଦଳର ଅନୁଭବୀ ଓ ବରିଷ୍ଠ ନେତାମାନଙ୍କୁ ଅଗ୍ରାଧିକାର ଦେଇଥିଲା । ଦିଲ୍ଲୀକୁ ଏଥର ବିଜେପି ଦଖଲ ପାଇଁ ଜୋରସୋର ଉଦ୍ୟମ କରୁଥିବା ବେଳେ AAPକୁ କଡ଼ା ଟକ୍କର ଦେବା ଲାଗି ବିଜେପି ସବୁ ପ୍ରକାର ରଣନୀତି ଆପଣାଉଛି ।

Post Views3 Total Count

Apply Now


This will close in 0 seconds

error: Content is protected !!