ଡିଜିପିଙ୍କୁ ସ୍ମାରକପତ୍ର ପ୍ରଦାନ କଲା ବିଜେଡି

ଝାରସୁଗୁଡ଼ା ଜିଲ୍ଲାର କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟକୁ ନ କରାଇଦେବା ପାଇଁ ପୁଲିସ୍‌ ଅଗଣତାନ୍ତ୍ରିକ, ବେଆଇନ ଓ ଗଣତନ୍ତ୍ରକୁ କଣ୍ଠରୋଧ କରିବା ବିରୁଦ୍ଧରେ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି ବିଜେଡିର ପ୍ରତିନିଧି ମଣ୍ଡଳୀ।
ଦେବୀ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଲେଖାଶ୍ରୀ ସାମନ୍ତସିଂହାର, ଡଃ ଲେନିନ୍‌ ମହାନ୍ତି, ମିହିର ରାୟ, ତୁମ୍ବନାଥ ପଣ୍ଡା, ଇପସୀତା ସାହୁ ପ୍ରମୁଖ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକଙ୍କୁ ଭେଟିଥିଲେ। ବିଜେପି ତଥା ସରକାରୀ ଦଳ ପରାଜୟ ଭୟରେ ଏଭଳି କାର୍ଯ୍ୟ କରିଛି। ପୋଲିସ୍‌ ସରକାରୀ ଦଳର ହାତବାରିସି ସାଜି ଏଭଳି କାର୍ଯ୍ୟ କରୁଛି। ଏହାକୁ ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରୁଛି ।

ଛତିଶଗଡ଼ରେ ପୂର୍ବତନ ଝାରସୁଗୁଡା ବିଧାୟିକା ଦିପାଳି ଦାସଙ୍କ ଭାଇ ଏବଂ କିଛି ସରପଞ୍ଚ ତଥା ପଞ୍ଚାୟତ ସମିତି ସଦସ୍ୟଙ୍କୁ ଅଟକ ରଖିବା ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେପି ନେତାଙ୍କ ହାତ ବାରିଶି ସାଜିଛି ପୁଲିସ ଏପରି ଅଭିଯୋଗ ଆଣିଛି ବିଜେଡି । ବିଜେପି ଚାପରେ ପୁଲିସ ଚେପା ବୋଲି କହିଛନ୍ତି ବିଜେଡି ନେତା ପ୍ରତାପ ଜେନା।
ଝାରସୁଗୁଡ଼ା ଘଟଣାରେ ପୁଲିସ ଆଇଜି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଲେ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜି କୌଣସି ମତେ ମତଗ୍ରହଣ ହୋଇପାରିଲା ନାହିଁ । ରାଜ୍ୟରେ ଯେତେବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁସୁଡ଼ି ପଡ଼ିଲାଣି ସେତେବେଳେ ବିଜେପି ନେତାଙ୍କ ପାଇଁ କାର୍ଯ୍ୟ କରୁଛି ପୁଲିସ ବୋଲି ଅଭିଯୋଗ ଆଣି ବିଜେଡି । ଅଭିଯୋଗ ପତ୍ର ଡିଜି ଅଫିସରେ ଦେବା ସହ ଆଗାମୀ ଦିନରେ ଏପରି କାର୍ଯ୍ୟ ଜାରି ରହିଲେ ରାଜରାସ୍ତାକୁ ବିଜେଡି ଓହ୍ଲାଇବା ନେଇ ଚେତାବନୀ ଦେଇଛି ।

 

Post Views4 Total Count

Apply Now


This will close in 0 seconds

error: Content is protected !!