ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରଦର୍ଶନୀ

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରଦର୍ଶନକୁ ପରିଦର୍ଶନ କରିପାରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଦର୍ଶନୀ ମଧ୍ୟରେ ପ୍ରମୋସନାଲ ଷ୍ଟଲ ଗୁଡିକ ବୁଲି ଦେଖିବେ ସାଧାରଣ ଜନତା ଏବଂ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ।

ଭୁବନେଶ୍ବର ଜନତା ମୈଦାନରେ ଚାଲିଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ସମ୍ବୋଧନ କରି ଶୁକ୍ରବାର ଉତ୍ସବର ସମାପନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରବାସୀ ଭାରତୀୟଙ୍କ ଏ ମହାସମ୍ମେଳନର ଶେଷ ଦିନର ଆକର୍ଷଣ ଥିଲା ବିଶ୍ବର ବିଭିନ୍ନ କୋଣ ଅନୁକୋଣରେ ପ୍ରତିଷ୍ଠିତ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବାର ମହାର୍ଘ୍ୟ ଅବସର । ଉଦଯାପନୀ ଦିବସରେ ବିଶ୍ବର ୨୪ ରାଷ୍ଟ୍ରର ୨୭ ଜଣ ସଫଳ ପ୍ରବାସୀଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି। ଯେଉଁମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାରେ ଜନ୍ମିତ ଏବେ ସାରା ବିଶ୍ବରେ ପ୍ରତିଷ୍ଠିତ ବିଶିଷ୍ଟ ବୈଜ୍ଞାନିକ ତଥା କଗ୍ନିଜାଣ୍ଟର ସିଇଓ ରବି କୁମାର ଏସ୍।

 

 

Post Views32 Total Count

Apply Now


This will close in 0 seconds

error: Content is protected !!