ଭାରତରେ ଏମିତି ଏକ ଜିଲ୍ଲା ରହିଛି , ଯେଉଁଠି ଅଗଷ୍ଟ ୧୫ ନୁହେଁ ଅଗଷ୍ଟ ୧୮ରେ ପାଳନ ହୁଏ ସ୍ବାଧୀନତୀ ଦିବସ

ପ୍ରତିବର୍ଷ ଅଗଷ୍ଟ ୧୫କୁ ସ୍ବାଧୀନତୀ ଦିବସ ଭାବେ ପାଳନ କରାଯାଏ। ଦେଶବାସୀ ଏହାକୁ ଖୁବ୍‌ ଧୁମ୍ ଧାମ୍‌ରେ ପାଳନ କରନ୍ତି। ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଯାଏ। ତେବେ ଭାରତରେ ଏମିତି ଏକ ଜିଲ୍ଲା ରହିଛି, ଯିଏ ଆସନ୍ତା ଅଗଷ୍ଟ ୧୮ ତାରିଖରେ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ପଶ୍ଚିମବଙ୍ଗରେ ଥିବା ନାଦିଆ ଜିଲ୍ଲାରେ ଏଭଳି କିଛି ହୁଏ। ପ୍ରତି ବର୍ଷ ଲୋକେ ଅଗଷ୍ଟ ୧୫ ନୁହେଁ ଅଗଷ୍ଟ ୧୮ରେ ସ୍ୱାଧୀନତା ଦିବସ ପାଳନ କରିଥାନ୍ତି । ତେବେ କଣ ଏହାର କାରଣ?
ଅଗଷ୍ଟ ୧୨, ୧୯୪୭ରେ ଅଲ ଇଣ୍ଡିଆ ରେଡିଓରେ ଭାରତ ସ୍ୱାଧୀନ ହେଲା ବୋଲି ଖବର ଆସିଲା । ଏହା ସହ ଦେଶ ଭାଗ ଭାଗ ହୋଇ ଯାଇଥିବା ନେଇ ମଧ୍ୟ ଲୋକେ ଜାଣିବାକୁ ପାଇଲେ । ପଶ୍ଚିମବଙ୍ଗରେ ଥିବା ନାଦିଆ ଜିଲ୍ଲାର କିଛି ଭାଗ ପାକିସ୍ତାନରେ ସାମିଲ ହୋଇ ଯାଇଥିବା ନେଇ ଖବର ମିଳିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଯାହା ପରେ ଏ ନେଇ ବିଦ୍ରୋହ ଆରମ୍ଭ ହୋଇଥିଲା । କିନ୍ତୁ ଏଭଳି ନିଷ୍ପତ୍ତିରେ ନାଦିଆ ଜିଲ୍ଲାରେ ରହୁଥିବା ମୁସ୍ଲମାନମାନେ ଖୁସି ଥିଲେ । ନାଦିଆ ଜିଲ୍ଲାର କୃଷ୍ଣନଗର ସଦର, ମେହରପୁର, କୁଷ୍ଠୀଆ, ଚୁଆଡ଼ାଙ୍ଗା ଓ ରାଣାଘାଟକୁ ପାକିସ୍ତାନରେ ସାମିଲ କରାଯାଇଥିବା ଜାଣି ମୁସ୍ଲମାନମାନେ କୃଷ୍ଣାନଗର ପବ୍ଲିକ୍ ଲାଇବ୍ରେରୀରେ ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିଲେ । ଏ ସବୁ ଦେଖି ହିନ୍ଦୁ ଧର୍ମର ଲୋକମାନେ ଆନ୍ଦୋଳନ କରିବା ଆରମ୍ଭ କରି ଦେଇଥିଲେ । ପରିସ୍ଥିତି ଅସମ୍ଭାଳ ହେବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା ।
ଭାରତ ଓ ପାକିସ୍ତାନର ନକ୍ସା ତିଆରି କରିଥିବା ବ୍ରିଟିଶ ଅଫିସର ରେଡ୍କ୍ଲିଫ୍ଙ୍କ ଦ୍ୱାରା ଏଭଳି ଭୁଲ ହୋଇଥିଲା । ସେ ଭୁଲରେ ନାଦିଆର କୃଷ୍ଣନଗର ସଦର, ମେହରପୁର, କୁଷ୍ଠୀଆ, ଚୁଆଡ଼ାଙ୍ଗା ଓ ରାଣାଘାଟକୁ ପାକିସ୍ତାନରେ ସାମିଲ କରି ଦେଇଥିଲେ । ଲୋକଙ୍କ ଆନ୍ଦୋଳନ ଓ ବଢ଼ୁଥିବା ହିଂସା ଦେଖି ତୁରନ୍ତ ରେଡକ୍ଲିଫଙ୍କୁ ନିଜ ଭୁଲରେ ସୁଧାର ଆଣିବାକୁ କୁହାଯାଇଥିଲା । କିଛି ଦିନ ପରେ ଅଗଷ୍ଟ ୧୭ର ମଧ୍ୟରାତ୍ରିରେ ନାଦିଆ ଜିଲ୍ଲାର କୃଷ୍ଣନଗର ସଦର, ମେହରପୁର, କୁଷ୍ଠୀଆ, ଚୁଆଡ଼ାଙ୍ଗା ଓ ରାଣାଘାଟକୁ ଭାରତରେ ସାମିଲ କରାଯାଇଥିଲା । ଯାହା ପରେ ଅଗଷ୍ଟ ୧୮ ତାରିଖରେ କୃଷ୍ଣାନଗର ପବ୍ଲିକ୍ ଲାଇବ୍ରେରୀରୁ ପାକିସ୍ତାନ ପତାକା ହଟାଯାଇ ଭାରତର ଜାତୀୟ ପତାକା ଲଗା ଯାଇଥିଲା । ସେହି ଦିନଠାରୁ ନାଦିଆର ଲୋକେ ଅଗଷ୍ଟ ୧୮କୁ ସ୍ୱାଧୀନତା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୯୧ରେ ନାଦିଆବାସୀଙ୍କୁ ଅଗଷ୍ଟ ୧୮କୁ ସ୍ୱାଧୀନତା ଦିବସ ଭାବେ ପାଳନ କରିବାର ଅନୁମତି ମିଳିଥିଲା ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!