ଓଭରବ୍ରିଜ୍‌ ଉପରେ ସାଇକେଲ୍‌କୁ ଠେଲୁଛନ୍ତି କୁନି ପିଲା, ଭିଡିଓ ଭାଇରାଲ୍

ବାପା ଓ ମା’ ଭଗବାନଙ୍କ ସଦୃଶ୍ୟ। କୁହାଯାଏ ଭଗବାନ ସବୁ ସ୍ଥାନରେ ନଥାନ୍ତି। ତେଣୁ ପିଲାଙ୍କ ଦୁଃଖ ସୁଃଖ ବୁଝିବା ପାଇଁ ସେମାନେ ବାପା ମାଆଙ୍କୁ ରଖାଥାନ୍ତି। ସେମାନେ ଚଳନ୍ତି ଠାକୁର। ତାଙ୍କର ପୂଜା ଓ ସମ୍ମାନ କରିବାକୁ ପିଲାଟି ଦିନରୁ ସମସ୍ତଙ୍କୁ ଶିକ୍ଷା ଦିଆଯାଇଥାଏ। ତେବେ ଭାରତରେ କିଛିଟା କ୍ଷେତ୍ରରେ ପିଲାମାନେ ତାଙ୍କ ବାପା ଓ ମା’ଙ୍କୁ ପଚାରୁ ନଥିବା ବେଳେ ଏମିତି ବି ପିଲା ଅଛନ୍ତି ଯେଉଁମାନେ ବାପା ଓ ମା’ଙ୍କୁ ଭଗବାନ ଭଳି ପୂଜା କରି ଥାଆନ୍ତି। ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍।
ଭିଡିଓରେ ଦେଖିବାକୁ ମିଳିଛି ଜଣେ ବାଳକ ବାପା ମାଆ ଯାଉଥିବା ସାଇକେଲ୍‌ କୁ ପେଲୁଛି। ସାଇକେଲରେ ଏକ ଓଭରବ୍ରିଜ ଉପରେ ବାପା, ମା’ ଓ ପୁଅ ଯାଉଛନ୍ତି। ଏହି ସମୟରେ ବ୍ରିଜରେ ଉଠାଣି ପଡ଼ିବାରୁ ବାପାଙ୍କୁ ବୋଧ ହୁଏ ସାଇକେଲ ଚଲାଇବାରେ ଅସୁବିଧା ହେଉଥିବା ଅନୁଭବ କରି ପୁଅ ସାଇକେଲ୍‌କୁ ପଛ ପଟୁ ପେଲୁଛି। ଉଦୁ ଉଦିଆ ଖରାବେଳେ ଦେଖିବାକୁ ମିଳିଥିବା ଏହି କାର୍ଯ୍ୟକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି। ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ଏହି ଭିଡିଓ ରେକର୍ଡ କରିଛନ୍ତି। ଭିଡିଓ କୁ ସୋସିଆଲ ମିଡିଆରେ ସେୟାର କରି ସେ ଲେଖିଛନ୍ତି। ଚିନ୍ତା କରନାହିଁ, ତୁମର ସୁପରମ୍ୟାନ୍ ଅଛି।
ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ ବାଳକଙ୍କ କାମକୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ଏହି ଘଟଣାର ଭିଡିଓକୁ ଆଇଏଏସ୍ ଅଧିକାରୀ ଅୱନିଶ ଶରଣଙ୍କ ଦ୍ବାରା ମଧ୍ୟ ଟୁଇଟରରେ ସେୟାର କରାଯାଇଛି। ଅନେକ ଲୋକ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଏତେ କମ୍‌ ବୟସରେ ପିଲାଟି ମୁଣ୍ଡରେ ଏତେ ବୁଦ୍ଧି କେମିତି ବୋଲି ପ୍ରଶ୍ନ କରିଥିବା ବେଳେ ଆଉ କିଛି ଲୋକ ଏମିତି ପୁଅ ସମସ୍ତଙ୍କୁ ମିଳନ୍ତୁ ବୋଲି କହିଛନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!