କଣ ହୀରା ଚାଟିଲେ ମରିଯାଏ ମଣିଷ? ପୃଥିବୀର ସମସ୍ତ ଧାତୁ ମଧ୍ୟରୁ ସବୁଠାରୁ ମୂଲ୍ୟବାନ। ଏହା ଅଳଙ୍କାର ତିଆରି ଓ କାଚ କାଟିବା ପାଇଁ ବ୍ୟବହୃତ ହୁଏ ଓ ଏହା ପୃଥିବୀରେ ଉପସ୍ଥିତ ଥିବା କଠିନ ପଦାର୍ଥ ଯାହା କାର୍ବନର ଏକ କଠିନ ରୂପରେ ଥାଏ । କିନ୍ତୁ ଆପଣ କେବେ ନା କେବେ ନିଶ୍ଚୟ ଶୁଣିଥିବେ ଯେ ଯଦି କେହି ହୀରା ଚାଟେ, ତେବେ ସେ ଶୀଘ୍ର ମରିଯାଏ? ଏଥିରେ କେତେ ସତ୍ୟତା ଅଛି ଆସନ୍ତୁ ଜାଣିବା।
ଆମେ ସମସ୍ତେ ଜାଣୁ ଯେ ହୀରାରେ କାର୍ବନ ଏକ ଶୁଦ୍ଧ ଓ କଠିନ ରୂପରେ ଥାଏ ଓ ଏହା ଆଦୌ ବିଷାକ୍ତ ନୁହେଁ । ଅର୍ଥାତ ଏହାକୁ ଚାଟିବା ପରେ କେହି ମରି ପାରିବେ ନାହିଁ । ଯଦି ଆପଣ ଏହି କଠିନ ପଦାର୍ଥକୁ ଗିଳି ଦିଅନ୍ତି ତେବେ ଏହା ନିଶ୍ଚିତ ଭାବରେ ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ ।
ଏହା ବ୍ୟତୀତ, ଏହି ପଦାର୍ଥକୁ ଦାନ୍ତରେ ଚୋବାଇ ଖାଇବା ସମ୍ପୂର୍ଣ୍ଣ ଅସମ୍ଭବ ଅଟେ । ଯଦି ଆପଣ ଏହାକୁ ଗୁଣ୍ଡ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରଥମେ କିଛି ଶକ୍ତିଶାଳୀ ଜିନିଷ ସହିତ ଏହାକୁ ଭାଙ୍ଗିବାକୁ ପଡିବ ଓ ତା’ପରେ ଏହା ଯାଇ ଏହା ଗୁଣ୍ଡ ହୋଇପାରେ।

