ଜେଏସ୍‌ଏଲ୍‌କୁ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ

ଦେଶର ପ୍ରମୁଖ ଶିଳ୍ପସଂସ୍ଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, କ୍ରମାଗତ ୪ର୍ଥ ଥର ପାଇଁ ଏଭଳି ଏକ ସମ୍ମାନଜନକ ପୁରସ୍କାର ପାଇ ଆମେ ବେଶ୍‌ ଆନନ୍ଦିତ।

ଏପରିକି ଉକ୍ତ ସଫଳତା ଆମର କର୍ମଚାରୀଙ୍କ ସ୍ବାସ୍ଥ୍ୟ, ନିରାପତ୍ତା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାର ଏକ ପ୍ରମାଣ। ସେହିଭଳି କମ୍ପାନୀ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ସୁରକ୍ଷା ଆମ ପାଇଁ ସର୍ବଦା ଏକ ପ୍ରମୁଖ ପ୍ରାଥମିକତା ବୋଲି ସେ ମତପ୍ରକାଶ କରିଛନ୍ତି।

ଅପରପକ୍ଷରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ (ହିସାର ୟୁନିଟ୍‌) ଉତ୍ପାଦନର ବରିଷ୍ଠ ଉପସଭାପତି ତଥା ମୁଖ୍ୟ ବିଜୟ ବିନ୍ଦଲିଶ କହିଥିଲେ, ଏହି ମାନ୍ୟତା ଆମର କର୍ମଚାରୀଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଦିଗରେ ଆମର ନିରନ୍ତର ପ୍ରୟାସର ଏକ ପ୍ରତିଫଳନ।

ବିଶେଷକରି କମ୍ପାନୀ କାର୍ଯ୍ୟକ୍ଷେତ୍ରର ନିରାପତ୍ତାରେ ନୂତନ ମାନଦଣ୍ଡ ସ୍ଥିର କରିବା ସହ କର୍ମଚାରୀମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ଫଳରେ ବ୍ରିଟିଶ ସୁରକ୍ଷା ପରିଷଦ ପକ୍ଷରୁ କ୍ରମାଗତ ୪ର୍ଥ ବର୍ଷ ପାଇଁ ଜେଏସ୍‌ଏଲ୍‌କୁ ଇଣ୍ଟରନ୍ୟାଶନାଲ ସେଫ୍ଟି ଆଓ୍ବାର୍ଡ ଦିଆଯାଇଛି।

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!