ଆଜିଠୁ ଦୁଇଦିନିଆ ରାୟଗଡ଼ା ଗସ୍ତରେ ଯାଉଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକଙ୍କ ସହିତ କରିବେ ଆଲୋଚନା ।
ରାୟଗଡ଼ାର ଜିସିଡି ଖେଳ ପଡ଼ିଆରେ ପହଞ୍ଚିବେ ୫ଟି ସଚିବ ।ସେଠାରୁ ବିଜୁ ପଟ୍ଟନାୟକ ଅଡିଟୋରିୟମ ଯାଇ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ ।
ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ପରିସରକୁ ଯାଇ ଆମ ହସପିଟାଲ ଯୋଜନାରେ ରୂପାନ୍ତରଣ କାମର ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି ।
ଏହାସହିତ ଏସଏଚଜି ମାଆମାନଙ୍କ ସହିତ ଆଲୋଚନା କରିବେ । ପରେ ରାୟଗଡ଼ାର ବହୁମୂଖୀ ଇନଡୋର ଷ୍ଟାଡିୟମ ଯାଇ ଖେଳାଳିଙ୍କ ସହିତ ଆଲୋଚନା ଏବଂ ଲୋକଙ୍କ ସମସ୍ୟା ଶୁଣିବେ ୫ଟି ସଚିବ ।
ପରେ ବାଲୁଙ୍କେଶ୍ବର ଶିବ ମନ୍ଦିର ଓ ମାଆ ମଝିଘରିଆଣୀଙ୍କ ମନ୍ଦିର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ । ମନ୍ଦିରର ବିକାଶ ନେଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବେ ୫ଟି ସଚିବ ।

