ମହିଳା ଓ ଶିଶୁ ବିକାଶ ବିଭାଗର ରିପୋର୍ଟ କାର୍ଡ ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ।ରାଜ୍ୟସରକାରଙ୍କ ଅଭିନବ ଓ ଯୁଗାନ୍ତକାରୀ ଯୋଜନା ମମତା । ୨୦୨୧ ମସିହାରେ କାର୍ଯ୍ୟକାରୀ ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୬,୮୨ ଲକ୍ଷରୁ ଅଧିକ ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କ ହିତସାଧନ କରିପାରିଛି । ବର୍ତମାନ ସୁଦ୍ଧା ୨୭୧୧,୬୭ କୋଟିରୁ ଅଧିକ ଅର୍ଥରାଶି ଇ-ଟ୍ରାନ୍ସଫର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଜମା ଖାତାକୁ ପଠା ଯାଇଛି ।
ଏହା ଗର୍ଭବତୀ ମହିଳା, ଶିଶୁ ଏବଂ ପ୍ରସ୍ତୁତି ମା’ମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସିଧାସଳଖ ସହାୟକ ହୋଇଛି । ସୁଶାସନର ‘‘୫ଟି’ର ମୂଳମନ୍ତ୍ରକୁ ଆଧାର କରି ମମତା ହିତାଧିକାରୀଙ୍କ ପଞ୍ଜିକରଣ ଏବଂ ସଠିକ୍ ସମୟରେ ପ୍ରାପ୍ୟ ରାଶି ପ୍ରଦାନ ପାଇଁ ଲ-ମମତା ୨.୦ ଏକ ମୋବାଇଲ ଆପ୍ ଆରମ୍ଭ କରାଯାଇଛି । ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ ୨୬,୩୭୫ରୁ ଅଧିକ ମମତା ହିତାଧିକାରୀଙ୍କ ସହ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରି ସେମାନଙ୍କ ମତାମତ ନିଆଯାଇଛି ।
ବଜେଟ2୦୦୦–୨୦୦୧ ମସିହାରେ ଜେଟ୍ ବିଭାଗ ପାଇଁ ୩୭୬.୮୬ କୋଟି ଟଙ୍କା ଥି୦ବାବେଳେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ଏହା ୩, ୬୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ ଯିଏକି ୨୦୨୦–୨୧ ଆର୍ଥିକ ବର୍ଷରେ ପୋଷଣ ବଜେଟ୍ ପ୍ରସ୍ତୁତ କରିଛି ।
ଏହା ସହିତ ର ବ୍ୟରେ ଶିଶୁ ନୀତି ମଧ୍ୟ ପ୍ରଣୟନ କରାଯାଇଛି । ସବୁଠାରୁ ଦୁର୍ବଳ ଲୋକଙ୍କ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ସହ ସାମାଜିକ ସମାନତା ଏବଂ ଅନ୍ତର୍ଭୁଦ୍ରୀକରଣ ପ୍ରସଙ୍ଗ ଉପରେ ଧ୍ୟାନ ଦେବାରେ ଏହା ରାଜ୍ୟକୁ ସକ୍ଷମ କରିଛି ।

