ଓଡିଶା କୋଲ ଏଣ୍ଡ ପାୱର ଲିମିଟେଡ୍‌ ର ବାଣିଜ୍ୟ ଭିତ୍ତିକ ଟାଙ୍ଗିରିଡିହି ନର୍ଥ କୋଲ ବ୍ଲକ୍‌ ହାସଲ

ଓଡିଶା ଶକ୍ତି କ୍ଷେତ୍ର ରେ ଆଉ ଗୋଟେପାଦ ଆଗକୁ ଯାଇଛି. ଭାରତ ସରକାରଙ୍କ ର କୋଇଲା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା 12 ତମ ଟ୍ରାଞ୍ଚ ନିଲାମ ପ୍ରକ୍ରିୟା ରେ ରେ ଓଡିଶା କୋଲ ଏଣ୍ଡ ପାୱର ଲିମିଟେଡ୍‌ ଟାଙ୍ଗିରିଡିହି ନର୍ଥ କୋଲ ବ୍ଲକ୍‌ କୁ ହାସଲ କରିଛି. ଏହା ରାଜ୍ୟ ସରକାରଙ୍କର ପ୍ରଥମ ବ୍ୟବସାୟ ଭିତ୍ତିକ କୋଇଲା ଖଣି ହେବାକୁ ଯାଉଛି.

OCPL ର ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ମନୋହରପୁର ଏବଂ ଡିପ୍-ସାଇଡ୍ ଅଫ୍‌ ମନୋହରପୁର କୋଲ ବ୍ଲକ୍‌ ପାଇଥିଲା. ଏହି ଦୁଇଟି ଖଣି ଓପୀଜିସି ପାଇଂ ସୁଲଭ ମୂଲ୍ୟ ରେ କୋଇଲା ଯୋଗାଣ ପାଇଂ ଉଦିଷ୍ଟ.

ଅଧିକାରୀମାନଙ୍କ କଥାନୁସାରେ, ଟାଙ୍ଗିରିଡିହି ନର୍ଥ ବ୍ଲକ୍‌ରୁ ଭବିଷ୍ୟତରେ ବହୁତ ପରିମାଣର କୋଇଳା ଉତ୍ପାଦନ ହେବ, ଯାହା ରାଜ୍ୟର ତାପ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକୁ ଇନ୍ଧନ ଯୋଗାଇବ । ଏହା ଫଳରେ, ଓଡିଶାର ବିଦ୍ୟୁତ୍‌ ସ୍ୱାଧୀନତା ସୁନିଶ୍ଚିତ ହେବା ସହିତ ନୂତନ ରୋଜଗାର ସୃଷ୍ଟି ହେବ ଏବଂ ଔଦ୍ୟୋଗିକ କ୍ଷେତ୍ରକୁ ଗତି ମିଳିବ ।

ଟାଙ୍ଗରଡିହି କୋଇଲାଖଣୀ ରେ ପ୍ରାୟ 1100 ନିୟୁତଟନ ଜି 13 ମାନ ର କୋଇଲା ମହଜୁଦ ଅଛି. ପ୍ରାୟ 410 ମିଟର ମଧ୍ୟ୍ୟରେ 400ନିୟୁତ ଟନ ଉଚ୍ଚମାନର କୋଇଲା ଗଛିତ ଅଛି.

ବିଶେଷଜ୍ଞମାନେ କହିଛନ୍ତି ଯେ, OCPL ପାଇଁ ଏହା ଏକ କୌଶଳଗତ ସଫଳତା ଅଟେ । କାରଣ, ବୃଦ୍ଧିଶୀଳ ବିଦ୍ୟୁତ୍‌ ଚାହିଦା ପୂରଣ କରିବା ସହିତ, ରାଜ୍ୟ ଏବେ ଅନ୍ୟ ରାଜ୍ୟକୁ ମଧ୍ୟ କୋଇଳା ଓ ବିଦ୍ୟୁତ୍‌ ଯୋଗାଣ କରିବାରେ ସକ୍ଷମ ହେବ ।

ଏହି ବାଣିଜ୍ୟୟିକ କୋଇଲା ଖଣି ବର୍ଷକୁ ପ୍ରାୟ 3000କୋଟି ଟଙ୍କାର ବ୍ୟବସାୟ କରିବା ଏବଂ ପ୍ରାୟ 2500 ବ୍ୟକ୍ତି ଙ୍କୁ ପ୍ରତ୍ୟକ୍ଷ୍ୟ କର୍ମ ଯୋଗାଇଦେଇ ପାରିବ।

ମିଳିଥିବା ଅନ୍ୟ ସୂଚନା ଅନୁସାରେ, ଏହି କୋଲ ବ୍ଲକ୍‌ ଚାଳୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଚୁର ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ ହେବ ଏବଂ ପରୋକ୍ଷ ଭାବରେ ପ୍ରାୟ 3000 ଲୋକଙ୍କୁ ଜୀବିକା ମିଳିପାରିବ.
ରାଜ୍ୟ ଉପମୁଖ୍ୟମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂଦେଓ ଏବଂ ଶକ୍ତି ବିଭାଗ ସଚିବ ଶ୍ରୀ ବିଶାଲ ଦେବ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନ ରେ କୋଇଲା ମନ୍ତ୍ରଣାଳୟ ର ନିଲାମ ପ୍ରକ୍ରିୟା ରେ ଓସିପିଏଲ ଭାଗନେଇ ଏହି ସଫଳତା ହାସଲ କରିଛି. ଏହି ଉପଲବ୍ଧି ରାଜ୍ୟ ପାଇଂ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି. ରାଜ୍ୟସରକାର ଓସିପିଏଲ ଏବଂ ଶକ୍ତି ସଚିବ ଙ୍କ ର ଏହି ମିଳିତ ଉଦ୍ୟମ କୁ ସବୁ ମହଲ ରେ ଉଚ୍ଚପ୍ରଂଶସା କରାଯାଉଛି.

Post Views25 Total Count

Apply Now


This will close in 0 seconds

error: Content is protected !!