ପୁଣି ଭାରତକୁ ଫେରିବ ‘ଟିକ୍‌ଟକ୍‌’

ଆମେରିକାର ଶୁଳ୍କ ଛାଟ ମଧ୍ୟରେ ଚୀନ୍‌ ସହ ଭାରତ ସମ୍ପର୍କ ନିବିଡ଼ କରିବାରେ ଲାଗିଛି। ଏପରି ସମୟରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ବାୟା କରିଥିବା ଚୀନ୍‌ର ସଟ୍‌ ଭିଡିଓ ମେକିଂ ଆପ୍‌ ‘ଟିକ୍‌ଟକ୍‌’ ଭାରତରେ ପୁଣି ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି। ୫ ବର୍ଷ ପରେ ଟିକ୍‌ଟକ୍‌ ୱେବ୍‌ସାଇଟ୍‌ ଇଣ୍ଡିଆରେ ପୁଣି କାମ କରିବା ଆରମ୍ଭ କରିଛି। ଏହାକୁ ନେଇ ଭାରତୀୟ ବ୍ୟବହାରକାରୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଭାରତର କିଛି ବ୍ୟବହାରକାରୀ ‘ଟିକ୍‌ଟକ୍‌’ ୱେବ୍‌ସାଇଟ୍‌ ଦେଖିପାରୁଛନ୍ତି। ଏଥିରେ ବ୍ରାଉଜ୍‌ ମଧ୍ୟ କରିପାରୁଛନ୍ତି। ଏହା ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି।

ତେବେ ଏହି ଆପ୍‌ ଏବେ ବି ଗୁଗୁଲ ପ୍ଲେ ଏବଂ ଆପ୍‌ ଷ୍ଟୋରରେ ଉପଲବ୍ଧ ନାହିଁ। କମ୍ପାନୀ ପକ୍ଷରୁ ମଧ୍ୟ ପ୍ରତ୍ୟାବର୍ତ୍ତନ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଖାଲି ଟିକ୍‌ଟକ୍‌ ନୁହେଁ; ଅନ୍‌ଲାଇନ ସପିଙ୍ଗ୍‌ ପ୍ଲାଟଫର୍ମ ଅଲିଏକ୍ସପ୍ରେସ ଏବଂ ଇ-କମର୍ସ ପ୍ଲାଟଫର୍ମ ସେନ୍‌ରୁ ମଧ୍ୟ କଟକଣା ହଟିବ ବୋଲି ଚର୍ଚ୍ଚା ହେଉଛି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଦିଆଯାଇଛି। ଏହିସବୁ ଚାଇନା ଆପ୍‌କୁ ଭାରତର ଅନେକ ଲୋକ ବ୍ୟବହାର କରୁଥିଲେ। ୨୦୨୦ରେ ଦ୍ବିପାକ୍ଷିକ ସମ୍ବନ୍ଧ ଖରାପ ହେବା ଯୋଗୁଁ ଭାରତ ଏହି ସବୁ ଆପ୍‌କୁ ନିଷିଦ୍ଧ କରିଦେଇଥିଲା।

Post Views7 Total Count

Apply Now


This will close in 0 seconds

error: Content is protected !!