ନକ୍ସଲ ମୁକାବିଲା ନେଇ ଆଜି ଦିଲ୍ଲୀରେ ବସିବ ବଡ଼ ବୈଠକ

ନକ୍ସଲ ମୁକାବିଲା ନେଇ ଆଜି ଦିଲ୍ଲୀରେ ବସିବ ବଡ଼ ବୈଠକ। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମାଓ ମୁକାବିଲା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୩ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୋହନ ମାଝୀ ଆଜି ବୈଠକରେ ସାମିଲ ହେବେ। ମୋହନ ମାଝୀଙ୍କ ସହ ୮ ନକ୍ସଲପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ଉପସ୍ଥିତ ରହିବେ।

ନୂଆଦିଲ୍ଲୀର ବିଜ୍ଞାନଭବନରେ ଏହି ବୈଠକ ବସିବ। ଏଥିରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ମାଓ ପ୍ରଭାବିତ ରାଜ୍ୟ ଗୁଡ଼ିକୁ ବିକାଶମୂଳକ ସହଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ବୈଠକରେ ଯୋଗଦେବେ ।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!