ବିଜେଡି ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡିରେ ହେଭିୱେଟ୍ ନେତା ପ୍ରସନ୍ନ ଆଚାର୍ଯ୍ୟ ଓଡ଼ିଶା ରାଜନୀତିରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ। ତଥାପି ତାଙ୍କର ବାରମ୍ବାର ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ନିର୍ବାଚନ ମଣ୍ଡଳୀକୁ ବଦଳି ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରସନ୍ନ ଓଡ଼ିଶା ବିଧାସଭାରେ ଅର୍ଥମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
୨୦୦୯ରେ ତାଙ୍କୁ ରେଢାଖୋଲରୁ ପ୍ରାର୍ଥୀ କରାଯାଇଥିଲା। ନିର୍ବାନଚରେ ରେଢ଼ାଖୋଲ ଆସନରୁ ବିଜୟୀ ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଚଳିତ ନିର୍ବାନଚରେ ସେହି ଆସନରୁ ବିଧାୟକ ଭାବେ ଲଢିବାକୁ ବିଜେଡି ତାଙ୍କୁ ଟିକେଟ ଦେଇଛି ।ସେହିପରି ୨୦୧୪ ଓ ୨୦୧୯ରେ ସେ ବିଜେପୁର ବିଧାନସଭା ଆସନ ଓ ବରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ। ଆଉ ଏବେ ତାଙ୍କୁ ସମ୍ବଲପୁର ବିଧାନସଭା ଆସନ ପାଇଁ ଚୟନ କରାଯାଇଛି।
ରେଢାଖୋଲ ଆସନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଗ୍ରହ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଗତ କିଛି ବର୍ଷ ହେବ ସେ ଏହି ଅଞ୍ଚଳରେ ସକ୍ରିୟ ଭାବେ କାମ କରୁଥିବାରୁ ସେ ଏହି ଆସନ ପାଇଁ ଟିକେଟ ମାଗିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ରେଢ଼ାଖୋଲ ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହେବା ପରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ ।ମାଙ୍କୁ ଦର୍ଶନ କରିବା ସହ ଆଶିର୍ବାଦ ଭିକ୍ଷା କରିଥିଲେ ପ୍ରସନ୍ନ । ରେଢ଼ାଖୋଲ ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହେବା ପରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଶରଣରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ମାଙ୍କୁ ଦର୍ଶନ କରିବା ସହ ଆଶିର୍ବାଦ ଭିକ୍ଷା କରିଥିଲେ ପ୍ରସନ୍ନ ।ଏବେ ଯେଉଁ ଦାୟିତ୍ବ ମିଳିଛି ତାହା ବି ଭଲରେ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ପ୍ରସନ୍ନ ।

