ଆମ ଆଦମୀ ପାର୍ଟି ଛାଡ଼ିଲେ ରାଜ୍ୟସଭା ସାଂସଦ ରାଘବ ଚଢ଼ା । ଦଳ ଛାଡ଼ିବା ପରେ ବର୍ଷିଛନ୍ତି । କହିଛନ୍ତି କି, ଆପ୍ ଯେଉଁ ଆଦର୍ଶ ଓ ମୂଳ ମୂଲ୍ୟବୋଧରେ ପ୍ରତିଷ୍ଠା ହୋଇଥିଲା ଏଥିରୁ ସମ୍ପୂର୍ଣ୍ଣ ଭାବେ ବିଚ୍ୟୁତ ହୋଇଯାଇଛି । ସେ କହିଛନ୍ତି କି, ମୁଁ ଦଳ ଛାଡ଼ି ଲୋକଙ୍କ ପାଖକୁ ଯାଉଛି । ତେବେ ଆପ୍ ଛାଡ଼ିଥିବାବେଳେ ବିଜେପିରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।
ସେ କହିଛନ୍ତି ଯେ ଆମ ଆଦମୀ ପାର୍ଟି ଦୁର୍ନୀତିଗ୍ରସ୍ତ ଲୋକଙ୍କ ହାତରେ ଅଛି। ତେଣୁ, ମୁଁ ଆପ ଏବଂ ଜନସାଧାରଣଙ୍କ ମଧ୍ୟରେ ଦୂରେଇ ଯାଉଛି । ରାଘବ ଚଢା କହିଛନ୍ତି, “ଆଜି ଆମେ ବିଜେପିରେ ମିଶୁଛୁ । ରାଜ୍ୟସଭାର ଦୁଇ-ତୃତୀୟାଂଶ ସାଂସଦ ବିଜେପିରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସଂକଳ୍ପରେ, ଆମେ ଏବେ ତାଙ୍କୁ ଅଟଳ ଭାବରେ ସମର୍ଥନ କରିବୁ । ଆମେ ଏଠାକୁ ଆମର କ୍ୟାରିଅର ଗଢ଼ିବାକୁ ଆସିନାହୁଁ, ବରଂ ଆମର କ୍ୟାରିଅରକୁ ପଛରେ ପକାଇବାକୁ ଆସିଛୁ ।”
ସେପଟେ ସନ୍ଦୀପ ପାଠକ କହିଛନ୍ତି, “ଆମ ଆଦମୀ ପାର୍ଟିର ରାଜ୍ୟସଭାରେ ମୋଟ ୧୦ ଜଣ ସାଂସଦ ଅଛନ୍ତି, ଯାହାଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଆମ ସହିତ ଅଛନ୍ତି । ଆମେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ସେମାନଙ୍କର ଦସ୍ତଖତ ଦାଖଲ କରିଛୁ । ମୁଁ କେବେ କଳ୍ପନା କରି ନଥିଲି ଯେ ମୋ ଜୀବନରେ ଏହି ପରିସ୍ଥିତି ସୃଷ୍ଟି ହେବ। ମୁଁ ୧୦ ବର୍ଷ ଧରି ଏହି ଦଳ ସହିତ ଜଡିତ । ଆଜି, ମୁଁ ଆମ ଆଦମୀ ପାର୍ଟିରୁ ଅଲଗା ହେଉଛି।” ତେବେ ୭ ଜଣ ସାଂସଦ ରାଘବଙ୍କ ସହ ରହିଥିବା କୁହାଯାଉ

