ସାଧାରଣ ନିର୍ବାଚନରେ ବିଜେପିର ବାଜିମାତ, ଗାଁ ରାଜନୀତିରେ ବିଜେଡ଼ିର ଉଷ୍ମତା !

ଖଲ୍ଲିକୋଟ, ରାଇଘର ଓ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ଆଜି ହେବ ଭୋଟିଂ, ସେହିପରି ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ମଧ୍ୟ ଭୋଟ ପଡ଼ିବ । ପଞ୍ଚାୟତ ସମିତି ଦଖଲ କରିବା ଏବେ ସମସ୍ତ ଦଳ ପାଇଁ ଚ୍ୟାଲେଞ୍ଜ ପାଲଟିଥିବାର ଚର୍ଚ୍ଚା । ବିଶେଷ କରି ବିଜେଡି-ବିଜେପି ମଧ୍ୟରେ ଏହି ପଞ୍ଚାୟତ ସମିତି ଦଖଲ କରିବାକୁ ଆରମ୍ଭ ହୋଇଛି ଛକାପଞ୍ଝା ।

ସେହିଭଳି ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ କୋର୍ଟରେ ମାମଲା ପହଞ୍ଚିଥିଲା। ଯାହାର ଶୁଣାଣି କରି କୁକୁଡାଖଣ୍ଡି, ନର୍ଲା, କବିସୂର୍ୟ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ସାଧାରଣ ନିର୍ବାଚନ ପରେ ରାଜନୈତିକ ମାହୋଲ ବଦଳିଥିବା ବେଳେ କାହା ସପକ୍ଷରେ କେଉଁ ପଞ୍ଚାୟତ ସମିତି ଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!