ଭିଜିଲାନ୍ସ ସ୍କାନରରେ ରେଞ୍ଜର

ଢେଙ୍କାନାଳ ସଦର ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ଏକାସାଙ୍ଗେ ପ୍ରାୟ ୮ଟି ସ୍ଥାନରେ ଚାଲିଛି ଚଢାଉ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ଘରେ ଚଢାଉ ଚାଲିଛି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଢେଙ୍କାନାଳର ରତ୍ନବଜାରର ୨ଟି ସ୍ଥାନ, ଆଠଗଡ଼ର ୨ଟି ସ୍ଥାନ, ରସୁଲଗଡ଼ର ଗୋଟିଏ ସ୍ଥାନ, ଢେଙ୍କାନାଳ ସହରର ହାଟ ରୋଡ୍‌ ସ୍ଥିତ ଘର, ପୈତୃକ ଗାଁ ଖୁଣ୍ଟୁଣି ଓ କୁଞ୍ଜକଣ୍ଟ ସ୍ଥିତ ଅଫିସ ରହିଛି । ଭିଜିଲାନ୍ସର ତିନୋଟି ଟିମ୍‌ ଏହି ସବୁ ସ୍ଥାନ ଗୁଡିକରେ ଚାଲିଛି ଚଢାଉ । ଏହି ଟିମ୍‌ ଜଣେ ଡିଏସ୍‌ପି, ଜଣେ ଆସିଷାଣ୍ଟ କମାଣ୍ଡାଣ୍ଡ, ୬ ଜଣ ଇନ୍‌ସପେକ୍ଟର, ୬ ଜଣେ ଏଏସ୍‌ଆଇ ସହ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Post Views107 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!