ଗାଙ୍ଗୁଲିଙ୍କୁ ମିଳିବ `Z’ ବର୍ଗର ସୁରକ୍ଷା , ନିଷ୍ପତ୍ତି ନେଲେ ପଶ୍ମିମବଙ୍ଗ ସରକାର
କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି । ଗାଙ୍ଗୁଲିଙ୍କୁ ମିଳିବ Z ବର୍ଗର ସୁରକ୍ଷା । ପୂର୍ବରୁ ଗାଙ୍ଗୁଲିଙ୍କୁ ୱାଇ କାଟାଗୋରୀ ସୁରକ୍ଷା ମିଳୁଥିଲା । କିନ୍ତୁ ଏହାର ଅବଧି ଶେଷ ହେବା ପରେ ଗାଙ୍ଗୁଲିଙ୍କୁ ଆହୁରି ଅଧିକ ସୁରକ୍ଷା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।ପଶ୍ଚିମବଙ୍ଗ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି ।ଏବେ ଗାଙ୍ଗୁଲିଙ୍କ ସହ ୮ରୁ ୧୦ ଜଣ ପୋଲିସକର୍ମୀ ରହିବେ । ଏହାପୂର୍ବରୁ ଗାଙ୍ଗୁଲିଙ୍କୁ ମିଳୁଥିବା ୱାଇ କାଟାଗୋରୀରେ ସ୍ପେଶାଲ ପୋଲିସ ଫୋର୍ସର ୩ ଜଣ ପୋଲିସକର୍ମୀ ଓ ୨ ଜଣ ସୁରକ୍ଷାକର୍ମୀ ତାଙ୍କ ବାସଭବନରେ ସୁରକ୍ଷାରେ ନିୟୋଜିତ ରହୁଥିଲେ । ଏବେ ଗାଙ୍ଗୁଲି ଆଇପିଏଲ ଟିମ୍ ଦିଲ୍ଲୀ ଡେୟାର ଡେଭିଲ୍ସ ସହ ରହିଛନ୍ତି ।

