ଆସୁଛି ଆଉ ଏକ ମହାମାରୀ !

ମାଡିଆସୁଛି ଆଉ ଏକ ମହାମାରୀ । ସଜାଗ ରହିବାକୁ WHOର ଚେତାବନୀ । କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ବ । ଭୟାବହ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ ଟେଡରସ ଘେବ୍ରେୟେସସ୍ । ଜେନିଭାରେ ଆୟୋଜିତ ୭୬ତମ ଓ୍ବାର୍ଲଡ ହେଲଥ ଆସେମଲିରେ ଏ ନେଇ WHO ପକ୍ଷରୁ ଏକ ରିପୋର୍ଟ ଦାଖଲ କରାଯାଇଛି । କରୋନାକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିଲେ ବି ଆଗାମି ଦିନ ପାଇଁ ଆମକୁ ସତର୍କ ରହିବାକୁ ହେବ । ଆଗାମୀ ଦିନରେ ଭୟଙ୍କର ମହାମାରୀ ବିଶ୍ବକୁ କବଳିତ କରିବା ଆଶଙ୍କା ରହିଛି ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!