ଶାନ୍ତି ଫେରାଇବାକୁ ଉଦ୍ୟମ ,ପୁଣି ଗଲାଣି  5ଜୀବନ

ଥମିବାରେ ନାଁ ନେଉନି ମଣିପୁରର ହିଂସା ।ପୁଣି କିଛି ସ୍ଥାନରେ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖାଯାଇଛି। ହିଂସାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଛି । ୧୨ରୁ ଅଧ୍ରକ ଆହତ ହୋଇଛନ୍ତି । ମଣିପୁରର ବିଭିନ୍ନ ସ୍ଥାନରେ ଉଗ୍ରବାଦୀମାନେ ସାଧାରଣ ଲୋକଙ୍କ ଉପରେ ଗୁଳି ଚାଳନା କରିଛନ୍ତି  ।କରିବା ଯୋଗୁ ସ୍ଥିତି ପୁଣିଥରେ ଉତ୍ତେଜନାପୂର୍ଣ୍ଣ ହୋଇଛି । ସୁଗୁନ ଓ ସେରୋଉରୁ ସନ୍ଦିଗ୍ଧ କୁକୀ ଉଗ୍ରବାଦୀମାନେ ଏକେ-୪୭, ଏମ-୧୬ ଭଳି ଦାମୀ ବନ୍ଧୁକ ଧରି ଆଖିବୁଜା ଗୁଳିମାଡ଼ କରିଥିବା ପୋଲିସ କହିଛି । ନିକଟରେ ମଣିପୁରରେ ହୋଇଥିବା ହିଂସାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶାନ୍ତି ଫେରାଇବାକୁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ ଗତକାଲି ରାତିରେ ହୋଇଥିବା ହିଂସା ସାଧାରଣ ଲୋକଙ୍କ ମଧ୍ୟରେ ନୁହେଁ, ବରଂ ସେନା ଓ ଉଗ୍ରବାଦୀଙ୍କ ମଧ୍ୟରେ ହିଂସା ହୋଇଥିବା ପୋଲିସ କହିଛି ।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!