ଓଡ଼ିଶା ଆସିବେ ଅମିତ ଶାହା

ସାରା ଦେଶରେ ବିଜେପି ସରକାରର ୯ ବର୍ଷ ପୂର୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନ କରୁଛି ଦଳ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ୪ଟି ମହାସମାବେଶ ହେବ । ଆସନ୍ତା ୧୭ ତାରିଖରେ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ ।

ଏହି ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଯୋଗଦେବେ ।

ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ଜନସମାବେଶରେ ସାମିଲ ହେବେ ଅମିତ ଶାହା । ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!