ମହାପ୍ରଭୁଙ୍କ ଅଣସର ପଣା

ମଣିଷ ପରି ଠାକୁର ସିଏ ବଡ ଠାକୁର । ରହସ୍ୟମୟ ଠାକୁର , ବଡ ବିଚିତ୍ର ତାଙ୍କ ଲୀଳା । ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ସିନାମନ କରିବା ପରେ ଜରେ ପଡିଛନ୍ତି ମହାପ୍ରଭୁ । ଏବେ ୨୫ ଦିନ ଅଣସରରେ ରହି ତାଙ୍କର ଚିକିତ୍ସା କରାଯାଉଛି । ୧୫ ଦିନ ଧରି ବଇତାପତିମାନେ ଏହି ପଣାଭୋଗ ପ୍ରସ୍ତୁତ କରିଥାନ୍ତି ।

ଯାହାକୁ ସମସ୍ତ ଦେବଦେବୀ ଓ ଇକ୍ତ ଅନେଇ ବସିଥାଆନ୍ତି । ବହୁ ଭକ୍ତ ପ୍ରତ୍ୟହ ଏହି ପଣା ଭୋଗ ପାଇବା ପାଇଁ ବଇତାପତିଙ୍କ ଘରକୁ ଯାଇଥାନ୍ତି । ଅଣସର ପଣା ଭୋଗ ପାଇ ଆନନ୍ଦ ଲାଭ କରନ୍ତି । ବିଶ୍ଵାସ ଅଛି, ଏହି ପଣା ଭୋଗ ପାଇଲେ ଭକ୍ତମାନେ ଅଶେଷ ପୂଣ୍ୟ ପ୍ରାପ୍ତିର ସୌଭାଗ୍ୟ ଲାଭ କରିଥାନ୍ତି।ଅଣସର ସମଯରେ ମହାପ୍ରଭୁଙ୍କ ପାଖରେ ପଣା ଲାଗି ହୋଇଥାଏ । ଏହି ପଣାର ସ୍ୱତନ୍ତ୍ରତା ହେଲା, ଏହା କ୍ଷୀର, ସର, ଛେନା ଓ ମିଶ୍ରିରେ ପ୍ରସ୍ତୁତ ହୋଇଥାଏ।

ଅସୁସ୍ଥ ସମୟରେ ମହାପ୍ରଭୁଙ୍କର ପ୍ରିୟ ହେଉଛି ଏହି ପଣା । ସ୍ନାନପୂର୍ଣ୍ଣିମା ପରଦିନ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥାଏ ଅଣସର ବିଧୂ । ଶ୍ରୀ ବିଗ୍ରହମାନଙ୍କୁ ଲଘୁ ଉପଚାର ଜୈବେଦ୍ୟ ଅର୍ପଣ କରାଯାଏ । ସାମାଜିକ ବିଧୂ ବ୍ୟବସ୍ଥା ଅନୁଯାୟୀ, କାହାକୁ କର ହେଲେ ଯେପରି ପଥେ ଉପଚାର କରାଯାଏ I ସେହିଭଳି ଭାବେ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରାଯାଏ। ରାତିରେ ମହାପ୍ରଭୁଙ୍କୁ ଚକଟା ଭୋଗ ଲାଗି ହେବା ପରେ ଏହି ପଣାଭୋଗ ଲାଗି କରାଯାଏ ।

 

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!