ଶୂନ୍ୟ ରତ୍ନ ସିଂହାସନ

ଜଣେ ସାଧାରଣ ମଣିଷ ଭଳି ସେ ବି ଭାବବିନୋଦିଆ ଠାକୁର ମଧ୍ୟ କଷ୍ଟ ଭୋଗନ୍ତି। ଅନବସରରେ ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ତାଙ୍କୁ ଚିକିତ୍ସା କରାଯାଏ। ଏହି ସମୟରେ ଦଳତା ଓ ପତିମହାପାତ୍ର ସେବକମାନେ ଠାକୁରମାନଙ୍କର ଚିକିତ୍ସା ଓ ସେବା ଶୁଶ୍ରୂଷା ଦାୟିତ୍ବରେ ଥାଆନ୍ତି । ଦେବଦର୍ଶନ ନିଷେଧ ରହିଥାଏ । ଠିକ୍ ଯେପରି ସାଧାରଣ ମଣିଷ ରୋଗଗ୍ରସ୍ତ ହେଲେ କାହାକୁ ଦେଖା କରେ ନାହିଁ ।

ଏହି ସମୟରେ ବଳଭଦ୍ରଙ୍କ ବାଡ଼ରେ ଶ୍ରୀବାସୁଦେବ, ସୁଭଦ୍ରାଙ୍କ ବାଡ଼ରେ ଶ୍ରୀଭୁବନେଶ୍ବରୀ ଓ ଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣଙ୍କର ପଟ୍ଟଚିତ୍ରମାନ ଅଙ୍କିତ ହୋଇ ଅଣସର ତାଟିରେ ପନ୍ଦର ଦିନ ବ୍ୟାପୀ ପୂଜା ପାଇଥାନ୍ତି । ତେବେ ସ୍ନାନପୂଣ୍ଡିମାରେ ରତ୍ନ ସିଂହାସନ ଛାଡ଼ିଥ୍‌ ମହାପ୍ରଭୁ ଚତ୍ନବେଦୀକୁ ଆଉ ଫେରନ୍ତି ନାହିଁ । ଜନ୍ମଦେବୀରେ ୭ ଦିନର ରହଣି ପରେ ବାହୁଡ଼ନ୍ତି ବଡ଼ ଦେଉଳକୁ। ସୁନାବେଶ, ଅଧରପଣା ସାରି ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ଚତୁର୍ଦ୍ଧା ବିଗ୍ରହ | ସେ ଯାଏଁ, ଶୂନ୍ୟ ରହିଥାଏ ରତ୍ନସିଂହାସନ ।

Post Views90 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!