ଅଣସର ବେଳେ ସୁନା ପିନ୍ଧନ୍ତିନି ଦଇତାପତି

ଶ୍ରୀଜଗନ୍ନାଥ ୧୦୮ ଗଡ଼ରେ ସ୍ନାନ କରିବା ଯୋଗୁଁ ଅସୁସ୍ଥ ହୋଇଛନ୍ତି । ଏଥ୍‌ପାଇଁ ଶ୍ରୀବିଗ୍ରହମାନଙ୍କୁ ବିଭିନ୍ନ ସେବା ସହିତ ଜ୍ଵର ଉପଶମର ନୀତିକାନ୍ତି କରାଯାଉଛିI ସ୍ନାନ ପୂର୍ଣ୍ଣିମାଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ନାନୀ ପ୍ରକାର ସେବା କରାଯାଇଥାଏ |

ଜ୍ଵରରେ ଅସୁସ୍ଥ ହେତୁ ମହାପ୍ରଭୁଙ୍କୁ ଏହି ସମୟରେ ଧଳା ବସ୍ତ୍ର ପରିଧାନ କରିବା ସହ କେବଳ ଧଳା ଫୁଲ ହିଁ ଲାଗି କରାଯାଏ। ଏପରିକି ଠାକୁରଙ୍କ ମଧ୍ୟରେ ଥିବା ସୁନା ଚିତା ମଧ୍ୟ ଓହ୍ଲାଇ ଦିଆଯାଇଥାଏ। ଯେହେତୁ ଜଗନ୍ନାଥଙ୍କୁ ଦଇତାପତିମାନେ ସେମାନଙ୍କ ବଂଶଧର ଭାବେ ମାନିଥାନ୍ତି। ସେଥୁପାଇଁ ଦଇତାପତିମାନେ ମଧ୍ୟ ଏହି ସମୟରେ ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରନ୍ତି ନାହିଁ |

ସାଧାରଣତଃ ଦଇତାପତି ମାନେ ପରିମାଣର ସ୍ଵର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି। ଠାକୁରଙ୍କ ସୁନାବେଶ ବେଳେ ଦଇତାପତି ସେବାୟତମାନେ ପିନ୍ଧୁଥ‌ିବା ଭରି ଭରି ଓଜନର ଅଳଙ୍କାରକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ। ହେଲେ ଅଣସର ସମୟରେ ଦଇତାପତିମାନଙ୍କ ଦେହରେ କୌଣସି ସୁନା ଅଳଙ୍କାର ନ ଥାଏ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!