ଅଣସର ବେଳେ ପଟିଦିଅଁ ଦର୍ଶନ

ମହାପ୍ରଭୁଙ୍କ ମାନବୀୟ ଲୀଳା । ଅନବସର ସମୟରେ ଜ୍ଵରରେ ପୀଡ଼ିତ ହୁଅନ୍ତି ମହାପ୍ରଭୁ। ଅଣସର ପିଣ୍ଡିର ଘନ ଅନ୍ଧକାର ଭିତରେ ଚାଲିଥାଏ ଜଗତର ନାଥ ଜଗନ୍ନାଥଙ୍କ ଉପଚାର। ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ଵରରେ ପୀଡ଼ିତ ହୁଅନ୍ତି କାଳିଆ ସାଆନ୍ତ। ଏହି ସମୟରେ ଶ୍ରୀମନ୍ଦିରରେ ନ ଥାଏ କୋଳାହଳ । କି ଘଣ୍ଟିଘଣ୍ଟାର ଶବ୍ଦ। ଗୁପ୍ତ ସେବାରେ ଲାଗିଥାନ୍ତି ଅଙ୍ଗଲାଗି ସେବକ ଦଇତା ଓ ପତିମହାପାତ୍ର ସେବକ।

ଏଠି ନା’ ତାଙ୍କୁ ମିଳିଥାଏ ୬୦ ପଉଟି ଭୋଗ ନା ରାଜକୀୟ ସେବା। ପଣା, ଚକଟା ଭୋଗ ଖାଇ ସୁସ୍ଥ ହୁଅନ୍ତି ଦାରୁବ୍ରହ୍ମ । ଏହି ସମୟରେ ଅନ୍ୟାନ୍ୟ ଫୁଲ ଭିତରକୁ ମନା। ସେଥିପାଇଁ କେବଳ ଧଳା ଫୁଲରେ ଉପାସିତ ହୁଅନ୍ତି ଫୁଲ ରସିଆ କଳା ସାଆନ୍ତ। ରତ୍ନ ସିଂହାସନ ବି ମହାବାହୁଙ୍କୁ ଝୁରି ହେଉଥାଏ। ଭାବ ବିନୋଦିଆଙ୍କୁ ଦର୍ଶନ ନ କରିପାରି ଭକ୍ତ ବି ହୁଅନ୍ତି ବ୍ୟାକୁଳ।

ସେଥିପାଇଁ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥାଏ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠ। ଏହି ସମୟରେ ମହାପ୍ରଭୁ ନିଜକୁ ସମସ୍ତଙ୍କଠାରୁ ଦୂରେଇ ରଖ୍ ଚିକିତ୍ସିତ ହୁଅନ୍ତି। କେତେକ ନିର୍ଦ୍ଦିଷ୍ଟ ସେବକଙ୍କୁ ଛାଡ଼ିଦେଲେ କେହି ବି କରିପାରନ୍ତି ନାହିଁ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ଦର୍ଶନ । ଏହି ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ଥାନରେ ପୂଜାପାଆନ୍ତି ପଟିଦିଅଁ

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!