ଗଙ୍ଗା ଆଳତୀ କରୁଥିବା ଯୁବକ, ପ୍ରଥମ ପ୍ରୟାସରେ NEETରେ କୃତକାର୍ଯ୍ୟ

ପ୍ରତିଦିନ ସଧ୍ୟାରେ ତାଙ୍କୁ ଦେଖିବାକୁ ମିଳେ ଗଙ୍ଗା ଆଳତି କରିବାର। ୪ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସେ ଏହି ଗଙ୍ଗା ଆଳତିରେ ଭାଗ ନିଅନ୍ତି। ଅନେକ ଶ୍ରଦ୍ଧାଳୁ ତାଙ୍କୁ ଗଙ୍ଗା ଆଳତି ସମୟରେ ଭେଟିଛନ୍ତି। ଆଜି ତାଙ୍କର ଆଉ ଏକ ପରିଚୟ ମିଳିଛି। ସେ ଜଣେ ମେଧାବୀ ଛାତ୍ରୀ। କାରଣ ପ୍ରଥମ ପ୍ରୟାସରେ NEET ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି। ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାର ବିଭୁ ଉପାଧ୍ୟାୟ। ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଭୁ ନିକଟରେ ନିଟ ପରୀକ୍ଷାରେ ସଫଳ ହୋଇଛନ୍ତି। ସେ ନିଟ ପରୀକ୍ଷାରେ ୬୨୨ନମ୍ବର ହାସଲ କରିଛନ୍ତି। ବିଭୁ ଏହି ସଫଳତା ପାଇଁ ଏବେ ଚର୍ଚ୍ଚାକୁ ଆସି ନାହାନ୍ତି ଏହାପୂର୍ବରୁ ସେ ଚର୍ଚ୍ଚାରେ ଅଛନ୍ତି। କାରଣ ସେ ପ୍ରତିଦନ ଗଙ୍ଗାଙ୍କ ଆଳତୀ କରିଥାଆନ୍ତି। ଏହି କାରଣରୁ ଲୋକେ ତାଙ୍କୁ ଚିହ୍ନିଛନ୍ତି।
ବିଭୁ କଛଲା ଗଙ୍ଗାଘାଟରେ ହେଉଥିବା ଆଳତୀରେ ଭାଗ ନେଇ ଥାଆନ୍ତି। ତାଙ୍କ କହିବାନୁସାରେ, ଏହି ଗଙ୍ଗାଘାଟରେ ୨୦୧୯ ଜାନୁଆରି ୧୫ ତାରିଖରେ ଆଳତୀ ଆରମ୍ଭ ହୋଇଥିଲା। ସେବେଠାରୁ ମୁଁ ଏହି ଆଳତୀରେ ସାମିଲ ହୋଇଛି। ଆଳତୀରେ ସାମିଲ ହେବା ଦିନଠାରୁ ମନକୁ ଏକ ପ୍ରକାର ଶାନ୍ତି ମିଳିଛି। ମୁଁ ମା’ଙ୍କ କୃପାରୁ ପ୍ରଥମ ପ୍ରୟାସରେ ୭୨୦ରୁ ୬୨୨ ନମ୍ବର ପ୍ରାପ୍ତ କରି ନିଟରେ ସଫଳତା ପାଇଛି। ବାପା ଓ ମା’ଙ୍କ ମେଡିକାଲରେ ବହୁତ ଇଚ୍ଛା ଅଛି। ତେଣୁ ମୁଁ ନବମ ଶ୍ରେଣୀରୁ ହିଁ NEET ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲି। ଯେଉଁ କାରଣରୁ ଦ୍ବାଦଶ ଶ୍ରେଣୀ ପରେ ମୋତେ ଏହି ସଫଳତା ମିଳିଛି। ତେବେ ଆଗକୁ ମଧ୍ୟ ସମୟ ମିଳିଲେ ମୁଁ ଗଙ୍ଗା ଆଳତୀ ପାଇଁ ଆସିବି।’

Post Views147 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!