ମାଗଣାରେ ଆଇଏଏସ କୋଚିଂ ପାଇବେ ଆଦିବାସୀ ଛାତ୍ରୀ

କୋରାପୁଟ ଜିଲ୍ଲା ସେମିଳିଗୁଡାରେ ଉଦଘାଟିତ ହୋଇଛି ଆଇଏଏସ କୋଚିଂ ସେଣ୍ଟର । ମାଗଣାରେ ଆଇଏଏସ କୋଚିଂ ପାଇବେ ଆଦିବାସୀ ଛାତ୍ରୀ । ଖଣି ପ୍ରଭାବିତ ଅଞ୍ଚଳରୁ ୬୦ ଓ ଜିଲ୍ଲାର ଅନ୍ୟ ପ୍ରାନ୍ତରୁ ୪୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଚୟନ କରି କୋଚିଂ ପ୍ରଦାନ କରାଯିବ । ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯିବାକୁ ବ୍ୟବସ୍ଥା କରାଯାଇଛି । ଏଭଳି ସୁବିଧା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଜିଲ୍ଲାବାସୀ କୃତଜ୍ଞତା ଜଣାଇଛନ୍ତି ।

କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ଏହାକୁ ଉଦଘାଟନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ଏଭଳି ନିଆରା ପଦକ୍ଷେପ ନେଇଛି । ଏବେ ସେମିଳିଗୁଡ଼ା ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ କୋଚିଂ ଦିଆଯିବ । ପ୍ରଥମ ବର୍ଷ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ । ଏଥିପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସହ ଚୁକ୍ତିନାମା କରାଯିବ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!