ଇଂଜିନିୟର କହି ୧୦ବର୍ଷରେ କରିଛି ୧୫ଜଣଙ୍କୁ ବିବାହ

ବେଙ୍ଗାଲୁରର ମହେଶ କେବି ନାୟକ । ମାଟ୍ରିମୋନିରେ ନକଲି ଆକାଉଣ୍ଟ କରି ଶିକ୍ଷିତା, ହାଇପ୍ରୋଫାଇଲ ଓ ସୁନ୍ଦରୀ ମହିଳା ଏବଂ ଝିଅକୁ ଟାର୍ଗେଟ କରୁଥିଲେ । ତେବେ ଜଣେ କି ଦୁଇଜଣ ନୁହେଁ ୧୦ବର୍ଷ ଭିତରେ ମହେଶ ପ୍ରାୟ ୧୫ଜଣଙ୍କୁ ବିବାହ କରିଛି । ଲୁଟର ଶିକାର ହୋଇଥିବା କିଛି ମହିଳା ପୂର୍ବରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ସହେନ୍ଦ ଘେରରେ ଆଣିିଥିଲା ତାର ଖରାପ ଇଂରାଜୀ କହିବା ଶୈଳୀ । ନିଜକୁ ଡାକ୍ତର ଓ ଇଂଜିନିୟର କହୁଥିବା ମହେଶର ଖରାପ ଇଂରାଜୀକୁ କଥାବାର୍ତାକୁ ନେଇ ସ୍ତ୍ରୀମାନେ ସହେନ୍ଦ ପ୍ରକାଶ କରିଥିଲେ । ପରେ ଛାନଭିନ ପରେ ଠକ ବରର ସତ୍ୟତା ସାମ୍ନାକୁ ଆସିଥିଲା । ଗିରଫ ପରେ ମହେଶକୁ ଜେରା କରୁଛି ପୁଲିସ । ଅଭିଯୁକ୍ତ ଏଭଳି କରିବା ପଛରେ ଆଉ କେଉଁ କାରଣ ରହିଛି? ତାକୁ କେଉଁମାନେ ସହଯୋଗ କରୁଥିଲେ? ଠକ ଗ୍ୟାଙ୍ଗ ବେଙ୍ଗାଲୁର ବ୍ୟତିତ ଆଉ କେଉଁଠି ରହିଛି ନା ନାହିଁ ଏସବୁ ଦିଗରେ ତଦନ୍ତ କରୁଛି ପୁଲିସ ।

ଚଳିତବର୍ଷ ୧୫ ନମ୍ବର ବିବାହ କରିଥିିଲେ ମହେଶ । ଅଭିଯୁକ୍ତର କାର୍ଯ୍ୟକଳାପକୁ ନେଇ ତାଙ୍କ ସ୍ତ୍ରୀଙ୍କ ମନରେ ସହେନ୍ଦ ସୃଷ୍ଟି ହୋଇଥିଲା । ପରେ ସେ ପୁଲିସର ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ମହୀଶୁର ପୋଲିସ ଏକ ଟିମ ଗଠନ କରି ମହେଶକୁ ଧରିବା ପାଇଁ ଜାଲ ବିଛାଇଥିଲ । ୨୧ଦିନର ମିଶନ ପରେ ଶେଷରେ ପୁଲିସ ଗିରଫକୁ ଆସିଥିଲା ଅଭିଯୁକ୍ତ । ଠକ ବର ମହେଶଙ୍କ ମୋଟ ୧୫ଟି ସ୍ତ୍ରୀ ଓ ୪ଟି ସନ୍ତାନ ରହିଛନ୍ତି ।

ତାଙ୍କ କାର୍ଯ୍ୟକଳାପ ସହେନ୍ଦ ହେବା ପରେ ୧୫ଜଣ ସ୍ତ୍ରୀଙ୍କ ମଧ୍ୟରୁ କିଛି ମହେଶଙ୍କ ସତ୍ୟତା ଜାଣିବାକୁ ପାଇଥିଲେ । ତେବେ ଲୋକ ଲଜ୍ୟାରେ ସାମ୍ନାକୁ ନଆସି ଚୁପ ରହିଥିବା କୁହାଯାଉଛି । ତଦନ୍ତରୁ ପୁଲିସ ଏକଥା ଜାଣିବାକୁ ପାଇଛି ଯେ ମହେଶ ବିବାହ କରିବା ପରେ ମହିଳାମାନଙ୍କଠୁ ସୁନା, ଅଳଙ୍କାର, ପଇସା ଓ ଅନ୍ୟାନ୍ୟ ଜିନିଷ ଲୁଟ କରି ଫେରାର ହେଉଥିଲା । ପରେ ସେମାନଙ୍କ ସହ କୌଣସି ଯୋଗାଯୋଗ ରଖୁନଥିଲା ।

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!