ଆଉ ଅଭିନୟ କରିବେନି ସାମନ୍ଥା । ସାଉଥ ସୁନ୍ଦରୀ ସମାନ୍ଥା ରୁଥ ପ୍ରଭୁ ଇଣ୍ଡଷ୍ଟ୍ରି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଆକ୍ଟି ଓ ଡ୍ୟାନ୍ସରେ ସମଲ୍ତଙ୍କ ମନଜିଣିଥିବା ସାମନ୍ଥା ଅଭିନୟ ଜଗତରୁ ବିଦାୟ ନେବା ଶୁଣିବାକୁ ମିଳୁଛି । ଏନେଇ ନିଜେ ସାମନ୍ଥା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସୁସ୍ଥତା ଯୋଗୁଁ ସେ ବର୍ଷେ ପାଇଁ ଅଭିନୟରୁ ଦୂରେଇ ରହିବାର ନିଷ୍ପତ୍ତି ନେଇଛନ୍ତି। କିତ୍ସା ପାଇଁ ଆମେରିକା ଯାଉଥିବାରୁ ବର୍ଷେ ପର୍ଯ୍ୟନ୍ତ ସେ କୌଣସି ବଲିଉଡ୍, ସାଉଥ୍ କିମ୍ବା ୱେବ୍ସିରିଜ୍ କରିବେ ନାହିଁ। ଅନ୍ୟପଟେ ଯଦି ଛଅ ମାସ ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସେ, ତେବେ ସେ କାମକୁ ଫେରି ପାରନ୍ତି ବୋଲି କୁହାଯାଉଛି। ଏକଥା ଶୁଣି ଫ୍ୟାନ ନିରାଶ ଅଛନ୍ତି ।

