ସବୁଠି ସମ୍ବଲପୁରୀ ଭାଷାର ଆଦର,ପାଳିତ ହେଉଛି ସମ୍ବଲପୁରୀ ଦିବସ

ବିବିଧତା ଭିତରେ ଏକତା । ସାରା ଦେଶରେ ଅନେକ ଭାଷା ତା ଭିତରେ ସମ୍ବଲପୁରୀ ଭଷା ଅନ୍ୟତମ । ସମ୍ବଲପୁରରେ ପାଳିତ ହୋଇଛି ସମ୍ବଲପୁରୀ ଦିବସ । ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସମ୍ବଲପୁରୀ ଖାଦ୍ୟ ଖାଇ, ସମ୍ବଲପୁରୀ ନାଚ ଗୀତରେ ମସଗୁଲ ହୋଇଛନ୍ତି ସମସ୍ତେ । ଅଗଷ୍ଟ ୧ ତାରିଖ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନର ପାଳିତ ହୁଏ ସମ୍ବଲପୁରୀ ଦିବସ ।

ଏହି ଦିନରେ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମ୍ବଲପୁରୀ ଭାଷା ,କଳା ସଂସ୍କୃତି ,ସାହିତ୍ୟ, ପରମ୍ପରାକୁ ଦେଶ ବିଦେଶରେ ଅଧିକ ପ୍ରଚାର ପ୍ରସାର କରିବା । ସମ୍ବଲପୁରୀ ସଙ୍ଗୀତରେ ଢୋଲ ,ମାଦଳ , ନିସାନ, ତାସା, ପାଖୋଜ, ବଂଶୀ, ବୀର, କାହାଳି, ଗିନି, ଏକତାରା, ମହୁରୀ, ଘୁଲଗୁଲା, ଘୁଙ୍ଗୁର, ଝାଞ୍ଜ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ। ତେଣୁ ଏଠାକାର ସଙ୍ଗୀତର ସ୍ୱତନ୍ତ୍ରତା ବାରି ହୋଇପଡ଼େ।

ସମ୍ବଲପୁରୀ ଭାଷା, ସଂସ୍କୃତି, କଳା ଏବଂ ଐତିହ୍ୟ ସ୍ୱତନ୍ତ୍ର। ଏହାକୁ ଆହୁରି ପ୍ରଚାର ପ୍ରସାର କରି ଏହି ଦିବସର ଉଦ୍ଦେଶ୍ୟ। ବିଶେଷ କରି ସମ୍ବଲପୁରୀ ନୃତ୍ୟର ଆଦର ଖୁବ୍ ବେଶୀ। ଦେଶ ବିଦେଶରେ ଏହା ପରିଚିତ। ସମ୍ବଲପୁରୀ ଲୋକଗୀତ କାନରେ ପଡ଼ିଲେ ମତୁଆଲା ହୋଇଥାନ୍ତି ଲୋକ। ଗୀତର ତାଳେ ତାଳେ ନାଚି ଉଠେ ପାଦ। ଏହି ଦିବସରେ ସ୍ଥାନେ ସ୍ଥାନେ ଲୋକ ସମ୍ବଲପୁରୀ ନୃତ୍ୟ କରିଥାନ୍ତି।
ଏହାଛଡ଼ା ସମ୍ବଲପୁରୀ ଶାଢ଼ିର ବି ସାରାଦେଶରେ ଆଦର ରହିଛି। ନାରୀମାନଙ୍କ ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢ଼ି କହିଲେ ମଧ୍ୟ ଭୁଲ ହେବ ନାହିଁ। ବହୁ ପୁରାତନ ସମୟରୁ ସମ୍ବଲପୁରୀ ଶାଢ଼ିର ଚାହିଦା ରହିଛି।

ଆଜି ସମ୍ବଲପୁରୀ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!