ଲିବ୍ୟାରେ ସଂଘର୍ଷ, ଦୁଇ ବାହିନୀ ମଧ୍ୟରେ ଲଢେଇ

ଲିବ୍ୟାରେ ସଂଘର୍ଷ । ଦୁଇ ବାହିନୀ ମଧ୍ୟରେ ଘମାଘୋଟ ଲଢେଇ । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ତ୍ରିପୋଲି । ସଂଘର୍ଷରେ 55 ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ 150 ଲୋକ ଆହତ ହୋଇଛନ୍ତି । ଶକ୍ତିଶାଳୀ 444 ବ୍ରିଗେଡ ଓ ସ୍ପେଶାଲ ଡିଟରେନ୍ସର ଫୋର୍ସ ଅଲ-ରାଡା ମଧ୍ଯରେ ଜାରି ରହିଛି ତୁମୂଳ ସଂଘର୍ଷ । 2011ରେ ମୁଆମାର ଗଦ୍ଦାଫି ଗାଦିଚ୍ୟୁତ ହେବା ପରଠାରୁ ଦେଶରେ ଅସ୍ଥିରତା ଲାଗି ରହିଛି । ଦୁଇ ବାହିନୀ ମଧ୍ୟରେ ସଂଘର୍ଷ ବି ଥମିବାର ନାଁ ନେଉନାହିଁ । 444 ବ୍ରିଗେଡ ମୁଖ୍ୟ କର୍ଣ୍ଣେଲ ମହମ୍ମଦ ହାମଜାଙ୍କୁ ଅଲ ରାଡା ବାହିନୀ ଧରି ନେବା ପରେ ଲାଗି ରହିଛି ସଂଘର୍ଷ । ରକେଟ ଲଞ୍ଚର ଓ ମେସିନ ଗନ ଜରିଆରେ ଚାଲିଛି ସଂଘର୍ଷ ।

 

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!